୭ ମାସ ପରେ କାର୍ଯ୍ୟରେ ଯୋଗଦେଲେ ସ୍ୟାଟ୍‌ବାର ଓକିଲ

କଟକ: ୭ ମାସ ପରେ କାର୍ଯ୍ୟରେ ଯୋଗଦେଲେ ସ୍ୟାଟ୍‌ବାର ଓକିଲ। ସ୍ୟାଟ୍‌ ଉଚ୍ଛେଦ ପ୍ରସ୍ତାବ ପ୍ରତିବାଦରେ ଗତ ସେପ୍ଟେମ୍ବର ୯ ତାରିଖରୁ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିଲା। ସ୍ୟାଟ୍‌ ଉଚ୍ଛେଦ ଦାବିରେ ସ୍ୟାଟ୍‌ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟଠାରୁ ଆରମ୍ଭ କରି ସୁପ୍ରିମକୋର୍ଟର ବିଚାରପତିଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ। କିଛିଦିନ ତଳେ ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ସ୍ୟାଟ୍‌ବାର ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆସୋସିଏସନ ପକ୍ଷରୁ ଆନ୍ଦୋଳନକୁ […]

Odisha-sat

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 04:58 PM IST

କଟକ: ୭ ମାସ ପରେ କାର୍ଯ୍ୟରେ ଯୋଗଦେଲେ ସ୍ୟାଟ୍‌ବାର ଓକିଲ। ସ୍ୟାଟ୍‌ ଉଚ୍ଛେଦ ପ୍ରସ୍ତାବ ପ୍ରତିବାଦରେ ଗତ ସେପ୍ଟେମ୍ବର ୯ ତାରିଖରୁ ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିଲା।

ସ୍ୟାଟ୍‌ ଉଚ୍ଛେଦ ଦାବିରେ ସ୍ୟାଟ୍‌ବାର ଆସୋସିଏସନ ପକ୍ଷରୁ ହାଇକୋର୍ଟଠାରୁ ଆରମ୍ଭ କରି ସୁପ୍ରିମକୋର୍ଟର ବିଚାରପତିଙ୍କ ସହ ଏକାଧିକ ଥର ଆଲୋଚନା କରିଥିଲେ। କିଛିଦିନ ତଳେ ଏ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ସ୍ୟାଟ୍‌ବାର ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆସୋସିଏସନ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖାଯିବାକୁ ସ୍ଥିର କରାଯାଇଥିଲା।

Related story