ଏନଓସି ଦେଉନି ରାଜ୍ୟ: ବିପଦଶଙ୍କୁଳ ସ୍ଥିତିରେ ୭୦ ରେଳବାଇ ଲେଭଲକ୍ରସିଂ 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ରାଜ୍ୟର ୩ଟି ଜିଲ୍ଲାରେ ଏବେବି ବିପଦଶଙ୍କୁଳ ସ୍ଥିତିରେ ୭୦ଟି ରେଳବାଇ ଲେଭଲକ୍ରସିଂ ରହିଛି । ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଥିଲେ ମଧ୍ୟ ଉକ୍ତ ଲେଭଲକ୍ରସିଂଗୁଡ଼ିକୁ ବନ୍ଦ ନିମନ୍ତେ ରାଜ୍ୟ ସରକାର ସହଯୋଗ କରୁନଥିବା ଜଣାପଡ଼ିଛି । ଏନେଇ ଦକ୍ଷିଣପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଏସକେ ମହାନ୍ତି ବିଧିବଦ୍ଧ ଭାବେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବା ପରେ ଗତ ସପ୍ତାହରେ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ […]

9-765

9-765

Tapas Behera
  • Published: Tuesday, 14 January 2020
  • Updated: 14 January 2020, 06:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ରାଜ୍ୟର ୩ଟି ଜିଲ୍ଲାରେ ଏବେବି ବିପଦଶଙ୍କୁଳ ସ୍ଥିତିରେ ୭୦ଟି ରେଳବାଇ ଲେଭଲକ୍ରସିଂ ରହିଛି । ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇଥିଲେ ମଧ୍ୟ ଉକ୍ତ ଲେଭଲକ୍ରସିଂଗୁଡ଼ିକୁ ବନ୍ଦ ନିମନ୍ତେ ରାଜ୍ୟ ସରକାର ସହଯୋଗ କରୁନଥିବା ଜଣାପଡ଼ିଛି । ଏନେଇ ଦକ୍ଷିଣପୂର୍ବ ରେଳବାଇ ଜେନେରାଲ ମ୍ୟାନେଜର ଏସକେ ମହାନ୍ତି ବିଧିବଦ୍ଧ ଭାବେ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବା ପରେ ଗତ ସପ୍ତାହରେ ଜିଲ୍ଲାପାଳମାନଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ବିପଦଶଙ୍କୁଳ ଅବସ୍ଥାରେ ଥିବା ଲେଭଲକ୍ରସିଂଗୁଡ଼ିକ ବନ୍ଦ ଅବା ସୁରକ୍ଷିତ ମାର୍ଗ ନିମନ୍ତେ ରେଳବାଇ ପକ୍ଷରୁ ମିଶନମୋଡରେ ପଦକ୍ଷେପ ନିଆଯାଇଛି ।  ଏଥିପାଇଁ ଦେଶବ୍ୟାପୀ କାର୍ଯ୍ୟ ଜାରି ରହିଥିବାବେଳେ  ଓଡ଼ିଶାରେ ଥିବା ଲେଭଲକ୍ରସିଂଗୁଡ଼ିକୁ ବନ୍ଦ ଅବା ସୁରକ୍ଷିତ ମାର୍ଗ ନିମନ୍ତେ ପ୍ରକ୍ରିୟା ଆରମ୍ଭ ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକ ସହଯୋଗ ଦେଉନଥିବାରୁ ରେଳବାଇ ପକ୍ଷରୁ ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ।

ବିଶେଷକରି ଦକ୍ଷିଣ-ପୂର୍ବ ରେଳପଥ ଅଧୀନରେ ଥିବା ରାଜ୍ୟର ୩ଟି ଜିଲ୍ଲା ଯଥା ସୁନ୍ଦରଗଡ଼,ମୟୂରଭଞ୍ଜ ଓ ବାଲେଶ୍ୱରର ମୋଟ ୭୦ଟି ଲେଭଲ କ୍ରସିଂକୁ ବନ୍ଦ ଅବା ଅନ୍ୟ ମାର୍ଗରେ ଚଳାଚଳ ପାଇଁ ଚିହ୍ନଟ କରାଯାଇଛି । ଏଥିରେ ସର୍ବାଧିକ ଲେଭଲକ୍ରସିଂ ବାଲେଶ୍ୱର ଜିଲ୍ଲାର ୨୮ଟି, ମୟୂରଭଞ୍ଜର ୨୫ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos