ଘର ନାହିଁ, କଦମ୍ବ ମୂଳ ପାଲଟିଛି ୭୦ ବର୍ଷୀୟ ବୃଦ୍ଧଙ୍କ ଆଶ୍ରୟସ୍ଥଳ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ବୟସ ଆସି ହେଲାଣି ୭୦। ପାଖରେ ଘର ଖଣ୍ଡେ ନାହିଁ କି ଆଗ ପଛ ଚିନ୍ତା କରିବାକୁ ବି କେହି ନାହିଁ। ଏମିତିକି ସୁଖ ଦୁଃଖରେ ପାଖରେ ଛିଡ଼ା ହେବାକୁ ବି କେହି ନାହାନ୍ତି। ଯେଉଁ କାରଣରୁ ବାଧ୍ୟ ହୋଇ ପର ଭରସାରେ ବଞ୍ଚୁଛନ୍ତି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅସୁରବନ୍ଧ ଗ୍ରାମର ୭୦ ବର୍ଷୀୟ ପୀତବାସ ଦଳବେହେରାଙ୍କ କଥା। ଯାହାଙ୍କ ପାଖରେ ରହିବାକୁ ଘର ନାହିଁ। ଫଳରେ […]

bhanjanagar

bhanjanagar

Ranjit Kumar Jena
  • Published: Thursday, 17 December 2020
  • Updated: 17 December 2020, 04:53 PM IST

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ବୟସ ଆସି ହେଲାଣି ୭୦। ପାଖରେ ଘର ଖଣ୍ଡେ ନାହିଁ କି ଆଗ ପଛ ଚିନ୍ତା କରିବାକୁ ବି କେହି ନାହିଁ। ଏମିତିକି ସୁଖ ଦୁଃଖରେ ପାଖରେ ଛିଡ଼ା ହେବାକୁ ବି କେହି ନାହାନ୍ତି। ଯେଉଁ କାରଣରୁ ବାଧ୍ୟ ହୋଇ ପର ଭରସାରେ ବଞ୍ଚୁଛନ୍ତି। ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅସୁରବନ୍ଧ ଗ୍ରାମର ୭୦ ବର୍ଷୀୟ ପୀତବାସ ଦଳବେହେରାଙ୍କ କଥା। ଯାହାଙ୍କ ପାଖରେ ରହିବାକୁ ଘର ନାହିଁ। ଫଳରେ ଗାଁ ନିକଟରେ ରାସ୍ତା କଡ଼ ଗଛ ତଳ ଏବେ ତାଙ୍କର ଆଶ୍ରୟସ୍ଥଳ। ସରକାରଙ୍କ ମାଳମାଳ ଯୋଜନା ଥିବା ସତ୍ତ୍ୱେ ପୀତବାସ ଏଥିରୁ ବଞ୍ଚିତ ହୋଇଛନ୍ତି।

ପୀତବାସ ଏବେ ଝାଟି ମାଟି କୁଡ଼ିଆ ଉପରେ ଜରି ପାଲ ତଳେ ଚାରି ହାତ ଜାଗାରେ ଜୀବନ ବିତାଉଛନ୍ତି। ପାଖରେ ଦୁଇ ତିନଟି ବାସନ, ପିନ୍ଧା ଲୁଗା ଟିକୁ ଛାଡ଼ି ଦେଲେ ଘରେ ଆଉ କିଛି ନାହିଁ। ଅର୍ଥ ଅଭାବରୁ ପିଲାଦିନେ ପାଠ ପଢି ପାରିନଥିଲେ। ଚାଷୀ ପରିବାରର ହେଇଥିବାରୁ ପରିବାର ସହିତ ହାତକୁ ହାତ ମିଶାଇ ଚାଷ କାମରେ ଲାଗିପଡିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ୧୪ ବର୍ଷ ବୟସରେ ତାଙ୍କୁ ଚର୍ମରୋଗ ହୋଇଥିଲା। ଧୀରେ ଧୀରେ ତାଙ୍କର ହାତଗୋଡ଼ ମୋଡ଼ି ବଙ୍କା ହେବାରେ ଲାଗିଲା।

ଚିକିତ୍ସା ପାଇଁ ଜମିବାଡ଼ି ବିକି ବିକ୍ରି କରିଦେଲେ। ତଥାପି ତାଙ୍କ ରୋଗ ଭଲ ହେଲାନି। ଶେଷରେ ସେ ଥକି ପଡ଼ିଥିଲେ। କିଛିଦିନ ପରେ ପରିବାରରେ ବାପା ମା ଓ ଦୁଇ ଭାଇ ଆର ପାରିକୁ ଚାଲିଗଲେ। ଦିଗହରା ଓ ନିରାଶ ହୋଇ ଶେଷରେ ରାସ୍ତା କଡ଼ରେ ଜଣେ ବଦାନ୍ୟ ବ୍ୟକ୍ତିର ସାହାଯ୍ୟରେ ଏକ କୁଡ଼ିଆଟିଏ କରି ଏକାକୀ ବଞ୍ଚିବା ଆରମ୍ବ କଲେ। କାମ କରିବାକୁ ଦେହରେ ଆଉ ବଳ ନାହିଁ। ସରକାରୀ ସାହାଯ୍ୟ କହିଲେ ରାସନ କାଡ଼ରେ ମାସକୁ ପାଞ୍ଚ କିଲୋ ଚାଉଳ ଭତା ଟଙ୍କା ମିଳୁଛି। ହେଲେ ଏଭଳି ପରିସ୍ଥିତିରେ ସେ ନିଜର ଚିକିତ୍ସା କରିବେ ନା ବଞ୍ଚିବା ପାଇଁ ଦୁଇମୁଠା ଦାନା ଯୋଗାଡ଼ କରିବେ।

ପୀତବାସଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ତାଙ୍କୁ ଆଖପାଖ ଲୋକେ ସହାୟତାର ହାତ ବଢ଼ାନ୍ତି। ଗାଁ ଲୋକେ ତାଙ୍କୁ ଖାଇବା ପିଇବା ସହ ଔଷଧ ମଧ୍ୟ କିଣି ଦିଅନ୍ତି। ଅନେକ ବର୍ଷ ଧରି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଗଛ ମୂଳ କୁଡ଼ିଆରେ ରହୁଛନ୍ତି। କିନ୍ତୁ କେବେବି ପ୍ରଶାସନର ନଜର ତାଙ୍କ ଉପରେ ପଡ଼ିନାହିଁ। ଯଦି ଆଗାମୀ ଦିନରେ ସରକାର ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଏକ ଘର ଟିଏ ଦିଅନ୍ତି ତା ହେଲେ ଶେଷ ଜୀବନ ତାଙ୍କର ଭଲରେ କଟିବ ବୋଲି କହିଛନ୍ତି ପୀତବାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story