ପୁରୀ ସୌନ୍ଦର୍ଯ୍ୟକରଣ: କରୋନା କଟକଣାରେ ବି ୬ମାସରେ ୭00 କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କାଳରେ ମାତ୍ର ୬ମାସ ମଧ୍ୟରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୬୬୭.୪୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏପ୍ରିଲ ପହିଲାରୁ ଡିସେମ୍ବର ମାସ ଶେଷସୁଦ୍ଧା ଏହି ଅର୍ଥ ଖର୍ଚ୍ଚ ହୋଇଛି। କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଓ ସଟଡାଉନ୍ ସହ ଅନ୍ୟାନ୍ୟ କଟକଣା ଥିବା ସତ୍ତେ୍ୱ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଅବଢ଼ା ଯୋଜନାରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବଜେଟରେ କରିଥିବା ୬୯୫ କୋଟି […]

790

790

Tapas Behera
  • Published: Tuesday, 12 January 2021
  • Updated: 12 January 2021, 10:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ କାଳରେ ମାତ୍ର ୬ମାସ ମଧ୍ୟରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୬୬୭.୪୯କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏପ୍ରିଲ ପହିଲାରୁ ଡିସେମ୍ବର ମାସ ଶେଷସୁଦ୍ଧା ଏହି ଅର୍ଥ ଖର୍ଚ୍ଚ ହୋଇଛି। କରୋନା ସଂକ୍ରମଣ ପାଇଁ ଲକଡାଉନ୍ ଓ ସଟଡାଉନ୍ ସହ ଅନ୍ୟାନ୍ୟ କଟକଣା ଥିବା ସତ୍ତେ୍ୱ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଅବଢ଼ା ଯୋଜନାରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ବଜେଟରେ କରିଥିବା ୬୯୫ କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ ୬୬୭.୪୯କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏବେପୁଣି ୨୦୨୧-୨୨ ଆର୍ଥିକ ବର୍ଷରେ ପୁରୀର ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆଉ ୫୪୨.୧୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ପୂର୍ତ୍ତ ବିଭାଗର ସୂଚନା ଅନୁସାରେ, ପୁରୀରେ ଅବଢ଼ା ଯୋଜନାରେ ଶ୍ରୀଜଗନ୍ନାଥ ଐତିହ୍ୟ ପଥ, ଶ୍ରୀସେତୁ ପ୍ରକଳ୍ପ, ମୂଷା ନଦୀ ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ତୀର୍ଥ ଯାତ୍ରୀ ସ୍ଥଳ, ଜେଲ ରାସ୍ତାଠାରେ ବହୁତଳ ବିଶିଷ୍ଟ କାର ରଖିବା ସ୍ଥାନ, ସମୁଦ୍ର କୂଳ ରାସ୍ତାର ଯାତ୍ରୀକାଠାରେ ବହୁତଳ ବିଶିଷ୍ଟ କାର ରଖିବା ସ୍ଥାନ, ବଡ଼ଦାଣ୍ଡରେ ପୌରପାଳିକା ବଜାରର ପୁନରୁଦ୍ଧାର ପାଇଁ ୨୦୨୦ ଏପ୍ରିଲରୁ ଡିସେମ୍ବର ମାସ ମଧ୍ୟରେ ୬୬୭.୪୯କୋଟି ଟଙ୍କା ବ୍ୟୟ ହୋଇଛି। କରୋନା କଟକଣା ମଧ୍ୟରେ ଏହି ଅବଧିରେ ଲକଡାଉନ୍ ଓ ସଟଡାଉନ୍ ଥିବା ସତ୍ତେ୍ୱ ଏତେ ପରିମାଣର ଅର୍ଥ କିଭଳି ଖର୍ଚ୍ଚ ହେଲା ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଆସନ୍ତା ଆର୍ଥିକବର୍ଷରେ ଆଉ ୫୪୨କୋଟି ଟଙ୍କା ବ୍ୟୟବରାଦ ପାଇଁ ନିଷ୍ପତ୍ତି ହୋଇଛି।
କେବଳ ସେତିକି ନୁହେଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚାରିପଟେ ଥିବା ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ‘ଏକାମ୍ର ଯୋଜନା’ରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୫୦କୋଟି ଟଙ୍କା ବଜେଟ ବ୍ୟୟବରାଦ ହୋଇଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ଆଉ ୧୫୦କୋଟି ଟଙ୍କା ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୦ ଡିସେମ୍ବର ସୁଦ୍ଧା ଶ୍ରୀଲିଙ୍ଗରାଜ ମନ୍ଦିର ଅଂଚଳରେ ୧୦୫କୋଟି ଟଙ୍କା ଜମି ଅଧିଗ୍ରହଣ ନିମନ୍ତେ ଖର୍ଚ୍ଚ ହୋଇଛି।
ଏକାମ୍ର ଯୋଜନାରେ ବିନ୍ଦୁ ସାଗର କୂଳରେ ଥିବା ଏମାର ମଠ ଅଂଚଳରେ ଏକ ଅନୁବାଦ କେନ୍ଦ୍ର ସ୍ଥାପନ କରାଯିବା ସହ ଦର୍ଶନାର୍ଥୀଙ୍କ ପାଇଁ ଏକ ଦୃଶ୍ୟଅବଲୋକନ ସ୍ଥାନ ହେବ। ଲିଙ୍ଗରାଜ ମନ୍ଦିର ଐତିହ୍ୟ କୀର୍ତ୍ତିରାଜି ପାଇଁ ସଂଗ୍ରହାଳୟ , ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଲିଙ୍ଗରାଜ ଭବନ ନିର୍ମାଣ କରାଯିବ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ସାଂସ୍କୃତିକ ଭବନ ମଧ୍ୟ ନିର୍ମାଣ ହେବ । ବିନ୍ଦୁସାଗର ପାଶ୍ୱର୍ସ୍ଥ ରାସ୍ତାକୁ ପଦଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos