ପାଟକୁରାରେ ୭୨.୭୫% ମତଦାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ମୋଟ ୭୨.୭୫% ମତଦାନ ହୋଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ଭୋଟ ସମ୍ପନ୍ନ ହୋଇଛି ଓ ଆସନ୍ତା ୨୪ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଭୋଟ ଗଣତି ହେବ। ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୦% ମତଦାନ ହୋଇଥିଲାବେଳେ ଏଥର ନିର୍ବାଚନମଣ୍ଡଳୀରେ ମୋଟ ୨.୪୪ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୨.୭୫% ନିଜର […]

patkuralllllllllll

Tapas Behera
  • Published: Sunday, 21 July 2019
  • , Updated: 21 July 2019, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ମୋଟ ୭୨.୭୫% ମତଦାନ ହୋଇଛି। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗତକାଲି ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ଶାନ୍ତିଶୃଙ୍ଖଳାର ସହ ଭୋଟ ସମ୍ପନ୍ନ ହୋଇଛି ଓ ଆସନ୍ତା ୨୪ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ପରିସରରେ ଭୋଟ ଗଣତି ହେବ। ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ୭୦% ମତଦାନ ହୋଇଥିଲାବେଳେ ଏଥର ନିର୍ବାଚନମଣ୍ଡଳୀରେ ମୋଟ ୨.୪୪ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୨.୭୫% ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଜଣେ ମହିଳାଙ୍କ ସମେତ ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନ୍ ମଧ୍ୟରେ ସିଲ୍ ହୋଇ ରହିଛି।

 

Related story