‘ଅଧିଗ୍ରହଣ ହେଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫% ଘରୋଇ ଜମି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପରିସର ମଧ୍ୟରେ ଥିବା ୭୫% ଘରୋଇ ଜମିକୁ ଜିଲ୍ଲା ପ୍ରଶାସନ ଅଧିଗ୍ରହଣ କରିଛି। ୪୦ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟ ୭୫% ଘରୋଇ ଜମି ସଂଗ୍ରହ ହୋଇପାରିଛି। ଏସବୁ ଘରୋଇ ଜମି ସ୍ୱେଚ୍ଛାକୃତ ଭାବେ ସଂଗ୍ରହ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଶ୍ରୀମନ୍ଦିର ନିରାପତ୍ତା ପାଇଁ ନିଜର ଜମି ତ୍ୟାଗ କରିବା ପାଇଁ […]

Puri

Puri

Manoranjan Sial
  • Published: Monday, 02 December 2019
  • Updated: 02 December 2019, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ପରିସର ମଧ୍ୟରେ ଥିବା ୭୫% ଘରୋଇ ଜମିକୁ ଜିଲ୍ଲା ପ୍ରଶାସନ ଅଧିଗ୍ରହଣ କରିଛି। ୪୦ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟ ୭୫% ଘରୋଇ ଜମି ସଂଗ୍ରହ ହୋଇପାରିଛି। ଏସବୁ ଘରୋଇ ଜମି ସ୍ୱେଚ୍ଛାକୃତ ଭାବେ ସଂଗ୍ରହ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଶ୍ରୀମନ୍ଦିର ନିରାପତ୍ତା ପାଇଁ ନିଜର ଜମି ତ୍ୟାଗ କରିବା ପାଇଁ ଜମି ମାଲିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପବିତ୍ର ଜନ୍ମାଷ୍ଟମୀରେ ଅନୁରୋଧ କରିଥିଲେ। ଏହି ଅନୁରୋଧ ରକ୍ଷା କରିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି କୃତଜ୍ଞତା ଜଣାଇଛନ୍ତି। ମହାପ୍ରଭୁଙ୍କ ପାଇଁ ଏହି ଜମି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେରଖିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଦ୍ଭୂତପୂର୍ବ ସଫଳତା। ମହାପ୍ରଭୁଙ୍କ ପାଇଁ ନିଜର ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ଲୋକମାନେ ତ୍ୟାଗ କରିଛନ୍ତି। ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛି। ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏହା ସମ୍ଭବପର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି ତଥା ଶ୍ରୀକ୍ଷେତ୍ରକୁ ବିଶ୍ୱ ଏତିହ୍ୟ ନଗରୀ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ସଂକଳ୍ପକୁ ମଧ୍ୟ ଦୃଢ଼ କରିଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲା ପ୍ରଶାସନ, ସମସ୍ତ ବିଭାଗର କର୍ମଚାରୀ ଓ ପୁଲିସ କର୍ମଚାରୀମାନଙ୍କୁ ଛୁଟିଦିନଗୁଡ଼ିକରେ ସେମାନଙ୍କର କାମ ଜାରି ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ନିରାପତ୍ତା ଦୃଷ୍ଟିରୁ ଏହାର ଚତୁଃପାର୍ଶ୍ୱରେ ୭୫ମିଟର ପରିସରରେ ଥିବା ସମସ୍ତ ନିର୍ମାଣକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏକ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପାଖରେ ଥିବା ପଞ୍ଜାବୀ ମଠକୁ ନଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିବା ଜିଲ୍ଲା ପ୍ରଶାସନ ସେଠାରେ ନିଶା କାରବାର ହେଉଥିବା ଅଭିଯୋଗରେ ତାକୁ ସିଲ୍ କରିଛି। ସେହିପରି ବହୁ ପୁରାତନ ବଗଲା ମଠକୁ ଭାଙ୍ଗି ଏବେ ଜମି ହରାଇଥିବା ଲଜ୍ ମାଲିକମାନଙ୍କୁ ପ୍ଲଟିଂ କରି ଦେବାକୁ ମଧ୍ୟ ଯୋଜନା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos