ଯାଜପୁର:(ଗୁଲାମ୍ଗସ୍):ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଶାସନପଡ଼ାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ ସ୍କୁଲର ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ସ୍କୁଲ ଶିକ୍ଷକ ସ୍ମୁତି ରଞ୍ଜନ ଜେନା ସମ୍ପୃକ୍ତ ଛାତ୍ରୀଙ୍କୁ ଟ୍ୟୁସନ୍ ବାହାନାରେ ଡାକି ଦୁଷ୍କର୍ମ କରିଥିଲେ। ପରେ ଛାତ୍ରୀ ଜଣକ ଅସୁସ୍ଥ ହୋଇଥିଲେ।
ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ସବୁ କଥା କହିଥିଲେ। ଏହା ପରେ ପରିବାର ଲୋକେ କଟକ ଲାଲ୍ବାଗ୍ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଲାଲ୍ବାଗ୍ ଥାନା ପୁଲିସ ଏ ସମ୍ପର୍କରେ ବିଂଝାରପୁର ପୁଲିସକୁ ଖବର ଦେଇଥିଲା।
ପରେ ଅଭିଯୁକ୍ତ ସ୍ମୃତିରଞ୍ଜନଙ୍କୁ ଗିରଫ କରିଥିଲା। ପରେ ବିଂଝାରପୁର ଥାନା ଅଧିକାରୀ ଶିଶୁ ଭବନକୁ ଯାଇ ପୀଡ଼ିତାଙ୍କ ରେକର୍ଡ଼ ବୟାନ୍ କରିଥିଲେ। ତେବେ ଅଭିଯୁକ୍ତଙ୍କୁ ଆସନ୍ତାକଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।