ଗଛ ମୂଳେ ଖେଳ, ବଜ୍ରପାତ ହେଲା କାଳ: ବାଳକ ମୃତ, ୫ ଗୁରୁତର

ସୁନ୍ଦରଗଡ଼ (ବିଜୟ ବରୁଆ): ଆଜି ଦ୍ୱିତୀୟ ରଜ। ପ୍ରବଳ ଗୁଳୁଗୁଳି ହେଉଥିବାରୁ ପଡ଼ିଆ ମଝିରେ ସମସ୍ତେ ବସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଜଣେ ୮ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଆଜି ଦ୍ୱିତୀୟ ରଜରେ ପ୍ରବଳ ଗରମ ହେଉଥିଲା। ସେଥିପାଇଁ ସଦର ଥାନା ସୁବଳୟା ଗାଁର ଜୟସରିଆ ପଡ଼ାର ମହିଳା ଓ ପୁରୁଷମାନେ ବସିଥିଲେ। ଆଉ ପିଲାମାନେ ଗଛ […]

8-year-old-boy-killed,-5-other-children-injured-in-a-lightning-strike-incident-at-Subalaya-village-in-#Sundergarh

8-year-old-boy-killed,-5-other-children-injured-in-a-lightning-strike-incident-at-Subalaya-village-in-#Sundergarh

Manoranjan Sial
  • Published: Saturday, 15 June 2019
  • Updated: 15 June 2019, 06:01 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଆଜି ଦ୍ୱିତୀୟ ରଜ। ପ୍ରବଳ ଗୁଳୁଗୁଳି ହେଉଥିବାରୁ ପଡ଼ିଆ ମଝିରେ ସମସ୍ତେ ବସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଜଣେ ୮ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ଆଜି ଦ୍ୱିତୀୟ ରଜରେ ପ୍ରବଳ ଗରମ ହେଉଥିଲା। ସେଥିପାଇଁ ସଦର ଥାନା ସୁବଳୟା ଗାଁର ଜୟସରିଆ ପଡ଼ାର ମହିଳା ଓ ପୁରୁଷମାନେ ବସିଥିଲେ। ଆଉ ପିଲାମାନେ ଗଛ ତଳେ ଖେଳୁଥିଲେ। ହଠାତ ଆକାଶରେ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ବର୍ଷିବା ପୂର୍ବରୁ ପବନ ବହିଥିଲା। ଥଣ୍ଡା ପବନ ବହିଥିବାରୁ ଲୋକେ ଘର ଭିତରକୁ ନଯାଇ ପଡ଼ିରେ ବସିଥିଲେ। ତେବେ ହଠାତ ଏକ ଗଛକୁ ବିଜୁଳି ମାରିଥିଲା। ଫଳରେ ଗଛ ତଳେ ଖେଳୁଥିବା ପବିତ୍ର ନାୟକଙ୍କ ପୁଅ ମୌସୁମ ନାୟକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ନିଳିମା ନାୟକ, ଶୁଭମ କିଶାନ ଓ ଯଶୋଦା ପ୍ରଧାନ। ଆହତ ପିଲାମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ନାଁ ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos