ପାରାଦୀପ(ରମାକାନ୍ତ ନାୟକ): ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ରଘୁନାଥପୁର ଖଣ୍ଡତିରା ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରରେ ଦ୍ରୁତ ଗତିରେ ଯାଉଥିବା ଏକ ବୋଲେରୋ ପିଟି ହେବାରୁ ଜଣେ ୮ ବର୍ଷ ବାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ଗତରାତିରେ ଏରସମା ଅଞ୍ଚଳର ଏକ ପରିବାରର ବାପା, ମା’, ପୁଅ, ଝିଅ ଏକ ବୋଲେରୋ ଯୋଗେ କଟକରୁ ଗାଁ ଅଭିମୁଖେ ଯାଉଥିଲେ। ରଘୁନାଥପୁର ଖଣ୍ଡତିରା ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଟ୍ରେଲର ଛିଡ଼ା ହୋଇଥିଲା। ଦ୍ରୁତ ଗତିରେ ଯାଉଥିବା ବୋଲେରୋଟି ଟ୍ରେଲରରେ ପିଟି ହେବାରୁ ଘଟଣାସ୍ଥଳରେ ୮ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଥିଲା।
ଏହି ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସମେତ ବାପା, ମା’ ଝିଅ ଗୁରୁତର ହୋଇପଡ଼ିଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଜଗତସିଂହପୁର ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରିଛି। ଦୁର୍ଘଟଣାରେ ସମ୍ପୃକ୍ତ ଟେଲରଟ୍ରକ ସହ ତାର ଡ୍ରାଇଭରକୁ ପାରାଦୀପ ଲକଥାନା ପୁଲିସ୍ ଅଟକ ରଖିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।