୮୫ କିଲୋ ଗଞ୍ଜେଇ ଜବତ: ଜଣେ ଗିରଫ, ଜଣେ ଫେରାର

କନ୍ଧମାଳ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ପୋଲିସ ୮୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଏହା ସହ ପୋଲିସ୍‌ ଏକ ଚାରି ଚକିଆ ଗାଡ଼ି ଜବତ କରିଛି।  ଗିରଫ ବ୍ୟକ୍ତି ନାଁ ବିଷ୍ଣୁଦାସ କହଁର। ବିଷ୍ଣୁ ନିଜର ଆଉ ଜଣେ ସହଯୋଗୀଙ୍କ ସହିତ ଯାଜସପଙ୍ଗା ଗାଁରୁ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।  ଖବର ପାଇ ପୋଲିସ ଏହି ସମୟରେ ସେଠାରେ ଚଢ଼ାଉ କରିଥିଲା। ଗଞ୍ଜେଇ […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 09:24 AM IST

କନ୍ଧମାଳ (ଓଡ଼ିଶା ରିପୋର୍ଟର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ପୋଲିସ ୮୫ କିଲୋ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଏହା ସହ ପୋଲିସ୍‌ ଏକ ଚାରି ଚକିଆ ଗାଡ଼ି ଜବତ କରିଛି।  ଗିରଫ ବ୍ୟକ୍ତି ନାଁ ବିଷ୍ଣୁଦାସ କହଁର।

ବିଷ୍ଣୁ ନିଜର ଆଉ ଜଣେ ସହଯୋଗୀଙ୍କ ସହିତ ଯାଜସପଙ୍ଗା ଗାଁରୁ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।  ଖବର ପାଇ ପୋଲିସ ଏହି ସମୟରେ ସେଠାରେ ଚଢ଼ାଉ କରିଥିଲା। ଗଞ୍ଜେଇ ଜବତ ସହିତ ବିଷ୍ଣୁକୁ ଗିରଫ କରିଥିଲା। ବିଷ୍ଣୁଙ୍କ ସହଯୋଗୀ ପୋଲିସକୁ ଚଖମା ଦେଇ ଖସି ପଳାଇବାରେ ସଫଳ ହୋଇଥିଲା।

Related story