ଦଶହରା ପୂଜା ପାଇଁ ଟୁଇନ ସିଟିରେ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରା ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିଶନରେଟ ପୁଲିସକୁ ସହଯୋଗ କରିବା ନିମନ୍ତେ ଅତିରିକ୍ତ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ଉଭୟ କଟକ ଓ ଭୁବନେଶ୍ୱର ସହରରେ ମୁତୟନ କରାଯାଇଛି । ସମଗ୍ର ରାଜ୍ୟରେ ଜିଲ୍ଲା ପୁଲିସକୁ ସହଯୋଗ ନିମନ୍ତେ ମୋଟ ୨୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ଆରକେ ଶର୍ମା କହିଛନ୍ତି […]

durga-puja

Ordigital Desk
  • Published: Saturday, 01 October 2022
  • , Updated: 01 October 2022, 10:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦଶହରା ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିଶନରେଟ ପୁଲିସକୁ ସହଯୋଗ କରିବା ନିମନ୍ତେ ଅତିରିକ୍ତ ୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ଉଭୟ କଟକ ଓ ଭୁବନେଶ୍ୱର ସହରରେ ମୁତୟନ କରାଯାଇଛି । ସମଗ୍ର ରାଜ୍ୟରେ ଜିଲ୍ଲା ପୁଲିସକୁ ସହଯୋଗ ନିମନ୍ତେ ମୋଟ ୨୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି ଆରକେ ଶର୍ମା କହିଛନ୍ତି ଯେ, ସପ୍ତାହେ ବ୍ୟାପୀ ପାର୍ବଣ ଓ ପୂଜା ନିମନ୍ତେ କଟକରେ ୫୦ ପ୍ଲାଟୁନ୍ , ଭୁବନେଶ୍ୱରରେ ୪୦ ପ୍ଲାଟୁନ , ବାଲେଶ୍ୱରରେ ୧୯ ପ୍ଲାଟୁନ, ଭଦ୍ରକରେ ୧୩ ପ୍ଲାଟୁନ, ରାଉରକେଲାରେ ୧୧ ପ୍ଲାଟୁନ ଓ ସମ୍ବଲପୁରରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛି । ଏହି ପୁଲିସ ଫୋର୍ସ ସମ୍ପୃକ୍ତ ସହର ବା ଜିଲ୍ଲା ପୁଲିସକୁ ପୂଜା ସମୟରେ ଆଇନଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବେ । ଦୁର୍ଗା ପୂଜା, ଦଶହରା,ରାବଣପୋଡ଼ି ଓ ଭସାଣୀକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହୋଇଛି । ସମ୍ବେଦନଶୀଳ ଅଂଚଳରେ ପୁଲିସ ମୁତୟନ କରାଯାଇଛି ।

ସମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା, ଅସମାଜିକ କାର୍ଯ୍ୟ, ଅପରାଧିକ କାର୍ଯ୍ୟ ଆଦି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲା ଏସପି ଓ କମିଶନରେଟ ପୁଲିସ ଡିସିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ପୂଜା ମଣ୍ଡପଗୁଡ଼ିକ ନିକଟରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲ୍ଲା ଏସପି ଓ ଡିସିପିଙ୍କୁ କୁହାଯାଇଛି ।

Related story