ଭୁବନେଶ୍ୱରରେ ନିଆଁରେ ପୋଡ଼ି ସ୍ୱାମୀ,ସ୍ତ୍ରୀ ଓ ଝିଅ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ନିଆଁରେ ପୋଡ଼ି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶିଶୁକନ୍ୟା ବି ପୋଡ଼ି ହୋଇଛି। ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨)। ସେମାନଙ୍କ ଶିଶୁକନ୍ୟାକୁ ମାତ୍ର ୪ ବର୍ଷ ହୋଇଛି। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି। ବାବୁଲି ତାଙ୍କ […]

burnt

burnt

Jitendra Garnayak
  • Published: Saturday, 19 January 2019
  • Updated: 19 January 2019, 01:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆଜି ନିଆଁରେ ପୋଡ଼ି ହୋଇ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶିଶୁକନ୍ୟା ବି ପୋଡ଼ି ହୋଇଛି।

ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨)। ସେମାନଙ୍କ ଶିଶୁକନ୍ୟାକୁ ମାତ୍ର ୪ ବର୍ଷ ହୋଇଛି। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।

ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି।

ବାବୁଲି ତାଙ୍କ ପରିବାର ସହିତ ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ୍ ବନ୍ଧରେ ରହନ୍ତି। ଆଜି ଭୋରରେ ତାଙ୍କ ଘର ଭିତରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଆସି ବାବୁଲି ଓ ଜାନକୀଙ୍କ ସହିତ ସେମାନଙ୍କ ଝିଅକୁ ଉଦ୍ଧାର କରିଥିଲା ଏବଂ ଡାକ୍ତରଖାନା ନେଇଥିଲା।

ବାବୁଲି ଓ ଜାନକୀଙ୍କ ସଂପର୍କୀୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏ ଦୁହିଁଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ପାରିବାରିକ ବିବାଦ ଯୋଗୁ ସେମାନେ ଆଜି ଏମିତି ପଦକ୍ଷେପ ନେଇଥିବେ।

ତେବେ ଏମାନେ ପରସ୍ପର ଉପରେ କିରାସିନି ଢାଳି ନିଆଁ ଲଗାଇଥିଲେ ନା ଆଉ କିଛି ଘଟିଥିଲା, ତାହା ସ୍ପଷ୍ଟ ହୋଇନାହିଁ। କ’ଣ ଘଟିଥିଲା ତାହା କେବଳ ବାବୁଲି ଓ ଜାନକୀ ହିଁ କହିପାରିବେ। ଲିଙ୍ଗରାଜ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos