ଚାଷୀ ପିଇଦେଲେ କୀଟନାଶକ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସରଧାପୁର ଗାଁର ଚାଷୀ ଧନୁର୍ଯ୍ୟ ରାଉତ। ସେ ତାଙ୍କ ୩ ଏକର ଜମିରୁ ୨ ଏକରରେ ଧାନ  ଓ ଦେଢ଼ ଏକରରେ କପା ଚାଷ କରିଥିଲେ। ତେବେ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଏନେଇ ସେ କିଛି ଦିନ ହେବ ଚିନ୍ତାରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ନଭେମ୍ୱର ୨୪ ତାରିଖରେ ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରଥମ ଘଟଣା ଘଟିଥିଲା ସଦର ବ୍ଲକ କୁଟୁମଢ଼ୁଲା ଗାଁର ଗୁପ୍ତେ ରଣା ନାମକ ଜଣେ ଚାଷୀ ଚକଡ଼ା ପୋକ ଲାଗି ଫସଲହାନୀ ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ସେହିପରି ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତର ଶିଆଲଝୁଡୁଙ୍ଗି ଗାଁର କୁଦୋ ବାଗ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

Ordigital Desk
• Published: Friday, 29 December 2017
• Updated: 29 December 2017, 10:17 AM IST

Sports

Latest News

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସରଧାପୁର ଗାଁର ଚାଷୀ ଧନୁର୍ଯ୍ୟ ରାଉତ। ସେ ତାଙ୍କ ୩ ଏକର ଜମିରୁ ୨ ଏକରରେ ଧାନ  ଓ ଦେଢ଼ ଏକରରେ କପା ଚାଷ କରିଥିଲେ। ତେବେ ସ୍ୱଳ୍ପ ବର୍ଷା ଯୋଗୁଁ ତାଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ଏନେଇ ସେ କିଛି ଦିନ ହେବ ଚିନ୍ତାରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ସେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ନଭେମ୍ୱର ୨୪ ତାରିଖରେ ଗୋଟିଏ ଦିନରେ ବଲାଙ୍ଗିର ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରଥମ ଘଟଣା ଘଟିଥିଲା ସଦର ବ୍ଲକ କୁଟୁମଢ଼ୁଲା ଗାଁର ଗୁପ୍ତେ ରଣା ନାମକ ଜଣେ ଚାଷୀ ଚକଡ଼ା ପୋକ ଲାଗି ଫସଲହାନୀ ହେବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ସେହିପରି ଟିଟିଲାଗଡ଼ ବ୍ଲକ ଶଗଡ଼ଘାଟ ପଞ୍ଚାୟତର ଶିଆଲଝୁଡୁଙ୍ଗି ଗାଁର କୁଦୋ ବାଗ୍ ନାମକ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos