ନାରୀମାନେ ସାବଧାନ! ସୋଶାଲ ମିଡିଆରେ ବୁଲୁଛି ମାୟାଜାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ଓ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ସହାୟତା ଆଳରେ ସୋଶାଲ ମିଡ଼ିଆରେ ବିଛା ଯାଉଛି ମାୟାଜାଲ। ବିଶେଷକରି ଫେସ୍‌ବୁକ୍‌ରେ ବୁଲୁଛି ମାଳ ମାଳ ନମ୍ୱର। କୁହାଯାଉଛି, ଅପଣ ଅସୁବିଧାରେ ପଡ଼ିଛନ୍ତି? ଯଦି ପଡ଼ିଛନ୍ତି, ତାହାହେଲେ ଏହି ନମ୍ୱରରେ ଯୋଗାଯୋଗ […]

rape

Manoranjan Sial
  • Published: Thursday, 05 December 2019
  • , Updated: 05 December 2019, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ଓ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ସହାୟତା ଆଳରେ ସୋଶାଲ ମିଡ଼ିଆରେ ବିଛା ଯାଉଛି ମାୟାଜାଲ। ବିଶେଷକରି ଫେସ୍‌ବୁକ୍‌ରେ ବୁଲୁଛି ମାଳ ମାଳ ନମ୍ୱର। କୁହାଯାଉଛି, ଅପଣ ଅସୁବିଧାରେ ପଡ଼ିଛନ୍ତି? ଯଦି ପଡ଼ିଛନ୍ତି, ତାହାହେଲେ ଏହି ନମ୍ୱରରେ ଯୋଗାଯୋଗ କରନ୍ତୁ। ହେଲେ ଏଥିପ୍ରତି ସାବଧାନ ରହିବାକୁ ପୁଲିସ ନିବେଦନ କରିଛି।

ସୂଚନାରୁ ପ୍ରକାଶ, ଅସହାୟ ନାରୀଙ୍କୁ ସହାୟତା ଦେବା ପାଇଁ ସୋଶାଲ ମିଡ଼ିରେ ଘୁରି ବୁଲୁଛି ଜାଲ ସହାୟତା ନମ୍ବର। ରାତିରେ ଅସୁବିଧାରେ ପଡ଼ିଲେ ସେହି ମୋବାଇଲ ନମ୍ବରରେ ଫୋନ୍‌ କରିବାକୁ ଉପଦେଶ ଦିଆଯାଉଛି। କୌଣସି ଯୁବତୀ ଯଦି ଅସୁବିଧାରେ ପଡ଼ନ୍ତି, ତେବେ ସେମାନେ ତୁରନ୍ତ ଫୋନ୍ କରି ସହାୟତା ଲୋଡ଼ିବାକୁ ଆହ୍ୱାନ କରାଯାଇଛି। ସୋଶାଲ ମିଡ଼ିଆରେ ବିଭିନ୍ନ ଅଞ୍ଚଳର ବ୍ୟକ୍ତିଙ୍କ ନାଁ ସହ ଏହି ସୂଚନା ବୁଲୁଛି।

ତେବେ ସୋଶାଲ ମିଡ଼ିଆରେ ସହାୟତାର ହାତ ବଢ଼ାଉଥିବା ଲୋକଙ୍କଠାରୁ ସାବଧାନ ରହିବାକୁ ପୁଲିସ ଉପଦେଶ ଦେଇଛି। ଏ ସବୁ ପୋଷ୍ଟକୁ ବିଶ୍ୱାସ ନ କରିବାକୁ କମିଶନରେଟ୍ ପୁଲିସର ପରାମର୍ଶ ଦେଇଛି। ଯେଉଁମାନେ ଅସୁବିଧାରେ ପଡୁଛନ୍ତି ସେମାନେ ୧୦୦ ଡାଏଲ୍ କରି ସହାୟତା ନିଅନ୍ତୁ। ଗୁଜବ ସୃଷ୍ଟିକାରୀଙ୍କ ଉପରେ ତୀକ୍ଷିଣ ନଜର ରଖାଯାଇଛି ବୋଲି ପୁଲିସ କହିଛି।

Related story