ସାତକୋଶିଆ ମହାବଳ ବାଘ ପାଇଁ ଆସୁଛି ବାଘୁଣୀ, ଆଜି ପହଞ୍ଚିପାରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଜଙ୍ଗଲକୁ ଏକ ମହାବଳ ବାଘ ଅଣାଯାଇଛି। ଗତ ୨୧ ତାରିଖରେ ବାଘଟିକୁ ଏଠାକୁ ଅଣାଯାଇଥିଲା। ଏବେ ତା’ପାଇଁ ଏକ ସାଥୀ ଅଣାଯାଉଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଏକ ବାଘୁଣୀକୁ ସାତକୋଶିଆ ଅଣାଯାଉଛି। ବାଘୁଣୀ ଆଜି ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ବାଘୁଣୀକୁ କେଉଁ ରୁଟ୍‌ରେ ଅଣାଯାଉଛି, ତାହାକୁ ଗୁପ୍ତ ରଖାଯାଇଛି। ବାଘୁଣୀ ଆସିବା ପରେ ଉଭୟଙ୍କୁ ସାତକୋଶିଆ ଜଙ୍ଗଲରେ ମୁକ୍ତ […]

tiger

tiger

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 10:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଜଙ୍ଗଲକୁ ଏକ ମହାବଳ ବାଘ ଅଣାଯାଇଛି। ଗତ ୨୧ ତାରିଖରେ ବାଘଟିକୁ ଏଠାକୁ ଅଣାଯାଇଥିଲା। ଏବେ ତା’ପାଇଁ ଏକ ସାଥୀ ଅଣାଯାଉଛି। ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଏକ ବାଘୁଣୀକୁ ସାତକୋଶିଆ ଅଣାଯାଉଛି। ବାଘୁଣୀ ଆଜି ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ବାଘୁଣୀକୁ କେଉଁ ରୁଟ୍‌ରେ ଅଣାଯାଉଛି, ତାହାକୁ ଗୁପ୍ତ ରଖାଯାଇଛି। ବାଘୁଣୀ ଆସିବା ପରେ ଉଭୟଙ୍କୁ ସାତକୋଶିଆ ଜଙ୍ଗଲରେ ମୁକ୍ତ କରାଯିବ ବୋଲି ଜଣାପଡ଼ିଛି।

ବାଘକୁ ଏବେ ସାତକୋଶିଆରେ ସ୍ୱତନ୍ତ୍ର ଖୁଆଡ଼ା ବା ଏନ୍‌କ୍ଲୋଜରରେ ରଖାଯାଇଛି। ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ କରାଯାଇଛି। ତାକୁ ଏଠାକୁ ଅଣାଯିବା କୁହାଯାଇଥିଲା ଯେ ବାଘକୁ ଏନ୍‌କ୍ଲୋଜରରୁ ଜଙ୍ଗଲ ଭିତରକୁ ଛଡ଼ାଯିବା। ଗତିବିଧି ଅନୁଧ୍ୟାନ ପାଇଁ ବାଘ ଦେହରେ ଜିପିଏସ୍  ଉପକରଣ ଲଗାଯିବ। ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରହିବ। ସାତକୋଶିଆରେ ବାଘବାଘୁଣୀ ଛଡାଯିବାକୁ ନେଇ ବନବିଭାଗ ଉତ୍ସାହିତ ଅଛି।

ଏ ବାଘବାଘୁଣୀ ଏଠାରେ ପରିବେଶ ସହିତ ଖାପଖୁଆଇ ପାରିଲେ ପରବର୍ତ୍ତୀ ସମୟରେ ଆହୁରି ବାଘ ଅଣାଯିବ ବୋଲି ବନ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଏମିତି ଆସିଲା ମଧ୍ୟପ୍ରଦେଶରୁ ଓଡ଼ିଶା, ଦେଖନ୍ତୁ ଭିଡିଓ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos