ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଠନ ହେବ ବିଧାନସଭାର ଗୃହ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମାର୍ଚ୍ଚ ୩୧ତାରିଖ ଦିନ ବିଧାନସଭାର ସମସ୍ତ କମିଟି ଗଠନ ହେବ । ସେହି ସମୟରେ ଏ ସଂକ୍ରାନ୍ତ ଗୃହ କମିଟି ଗଠନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଆଜି […]

puri

puri

Ordigital Desk
  • Published: Tuesday, 29 March 2022
  • Updated: 29 March 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ମାର୍ଚ୍ଚ ୩୧ତାରିଖ ଦିନ ବିଧାନସଭାର ସମସ୍ତ କମିଟି ଗଠନ ହେବ । ସେହି ସମୟରେ ଏ ସଂକ୍ରାନ୍ତ ଗୃହ କମିଟି ଗଠନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଆଜି ଶୂନ୍ୟକାଳରେ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଉଦବେଗ ପ୍ରକାଶ କରି ଗୃହ କମିଟି ଗଠନ କିମ୍ବା ମନ୍ତ୍ରୀ ଉତ୍ତର ରଖିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହ ମଝିରେ ହଟ୍ଟଗୋଳ କରିଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ ଗୃହରେ ବିବୃତି ରଖି କହିଥିଲେ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନାହିଁ । ୨୦୨୧ ଫେବୃୟାରୀ ୨୭ତାରିଖରେ ସର୍ବସମ୍ମତିକ୍ରମେ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପ୍ରସ୍ତାବ ପାରିତ ହୋଇଥିଲା । ନିଷ୍ଠାର ସହ ସମସ୍ତ ସହଯୋଗ କରିବେ ବୋଲି କୁହାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଆଜି ଶୂନ୍ୟକାଳରେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଶ୍ରୀଜଗନ୍ନାଥ ମନ୍ଦିର ଏବେ ବିପଦରେ । ମନ୍ଦିର ଚାରିପଟେ ବିକାଶ କାର୍ଯ୍ୟ ଚାଲିଛି । ଏଥିପାଇଁ ଆମେ ସମସ୍ତେ ଘରଦ୍ୱାର ଛାଡ଼ିଛୁ । ଟାଟା କମ୍ପାନୀ ଏବେ ଜେସିବି ଲଗାଇ ମନ୍ଦିର ଚାରିପଟେ ବଡ଼ ବଡ଼ ଗାତ ଖୋଳିବାରୁ ମନ୍ଦିରରେ ଫାଟ ଦେଖାଦେଲାଣି । ଯେତେ ଅଭିଯୋଗ କଲେ ବି ପ୍ରଶାସନ ଶୁଣୁନାହିଁ । ବିଭିନ୍ନ ସଂଗଠନ ଏହି ପ୍ରସଙ୍ଗରେ ରାସ୍ତାରେ ଧାରଣା ଦେଲେଣି । ମନ୍ଦିର ପ୍ରତି ବିପଦ ଆସିଲେ ସରକାର ଦାୟୀ ରହିବେ । ବିକାଶ କାର୍ଯ୍ୟକୁ ବିରୋଧ କରୁନୁ କିନ୍ତୁ ମନ୍ଦିରର ସୁରକ୍ଷା ଜରୁରୀ । ତେଣୁ ଟିମ୍ ପଠାଇ ସ୍ଥିତି ଅନୁଧ୍ୟାନ କରିବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ଭାସ୍କର ମଢ଼େଇ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ବିବୃତ୍ତି ଦେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ପୁରୀର ଶ୍ରୀମନ୍ଦିର ଘଟଣାକୁ ନେଇ ପୂର୍ବରୁ ଗୃହରେ ଉଦବେଗ ପ୍ରକାଶ ପାଇଛି । କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱବାସୀ ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ଅବଗତ । ଏବେ ଏଏସଆଇର ବିନାନୁମତିରେ କାର୍ଯ୍ୟ ଚାଲିଥିବା କୁହାଯାଉଛି । ଯଦି ଏହା ସତ ହୋଇଥାଏ, ତା’ହେଲେ ସାଂଘାତିକ । ବିକାଶ କାର୍ଯ୍ୟ ହେଉ କିନ୍ତୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଭୟଙ୍କର ସ୍ଥିତି ଉପୁଜିବ । ତେଣୁ ବାଚସ୍ପତି ଏ ସଂକ୍ରାନ୍ତରେ ଗୃହ କମିଟି ଗଠନ କରନ୍ତୁ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ଦେବା ପାଇଁ ରୁଲିଂ ଦିଅନ୍ତୁ ବୋଲି ଦାବି କରିଥିଲେ । ଶ୍ରୀ ମିଶ୍ର ରୁଲିଂ ଦାବି କରି ନିଜ ଆସନରେ ଛିଡ଼ା ହୋଇ ରହିଥିବାବେଳେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପଯ୍ୟଁନ୍ତ ମୁଲତବୀ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କର ବିବୃତ୍ତି ରଖିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story