ଶ୍ରମିକ ନେତାଙ୍କ ଘରେ ନିଆଁ ଲଗାଇଦେଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଗତକାଲିଠାରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଝିରପାଣିରେ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କ ଘରେ ପୋଡ଼ାଜଳା କରିଛନ୍ତି। ଏହି ଶ୍ରମିକ ନେତାଙ୍କ ନାଁ ଚକ୍ରଧର ମହାନ୍ତି। ସେ ହେଉଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା। ଗତକାଲି ରାତି ସେ ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଇ ଦୁର୍ବୃତ୍ତମାନେ […]

fire

Jitendra Garnayak
  • Published: Wednesday, 09 January 2019
  • , Updated: 09 January 2019, 12:42 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ବିଭିନ୍ନ ଟ୍ରେଡ୍ ୟୁନିଅନ୍ ପକ୍ଷରୁ ଗତକାଲିଠାରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଝିରପାଣିରେ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କ ଘରେ ପୋଡ଼ାଜଳା କରିଛନ୍ତି।

ଏହି ଶ୍ରମିକ ନେତାଙ୍କ ନାଁ ଚକ୍ରଧର ମହାନ୍ତି। ସେ ହେଉଛନ୍ତି ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା।

ଗତକାଲି ରାତି ସେ ଘରେ ଶୋଇଥିବା ବେଳେ ବାହାରୁ କବାଟ ବନ୍ଦ କରି ଦେଇ ଦୁର୍ବୃତ୍ତମାନେ ଗୋଟିଏ ବାଇକ୍ ଓ ତିନିଟି ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ। ଗାଡ଼ିଗୁଡ଼ିକ ଜଳି ପାଉଁଶ ହୋଇଯାଇଛି। ଦୁଇଟି କୁଲର ବି ପୋଡ଼ି ଯାଇଛି।

ଏହି ଘଟଣାରେ କେହି ହତାହତ ହୋଇ ନଥିବା ସୂଚନା ମିଳିଛି। ପୁଲିସ୍ ଘଟଣାର କରୁଛି।

https://www.youtube.com/watch?v=y771oMVt8W8

Related story