ବିଜେଡି ସରକାର ଯୋଗୁ ରାଜ୍ୟର ସବୁ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିରେ ଉବୁଟୁବୁ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ପ୍ରତ୍ୟକ୍ଷ ହସ୍ତକ୍ଷେପ କାରଣରୁ ରାଜ୍ୟର ସମବାୟ ଆନ୍ଦୋଳନ ପ୍ରାୟତଃ ଧ୍ୱଂସ ହୋଇଯାଇଛି  ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବିଧାୟକ କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ ପ୍ରମୁଖ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, କ୍ଷମତାର ଅପବ୍ୟବହାର କରି ଜୋର ଜବରଦସ୍ତ, ଧମକଚମକ ଦେଇ ଶାସକ ବିଜେଡି ରାଜ୍ୟର ସମବାୟ […]

BJP

BJP

Niranjan Mishra
  • Published: Wednesday, 06 July 2022
  • Updated: 06 July 2022, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ବିଜେଡିର ପ୍ରତ୍ୟକ୍ଷ ହସ୍ତକ୍ଷେପ କାରଣରୁ ରାଜ୍ୟର ସମବାୟ ଆନ୍ଦୋଳନ ପ୍ରାୟତଃ ଧ୍ୱଂସ ହୋଇଯାଇଛି  ବୋଲି ବିଜେପି ଅଭିଯୋଗ କରିଛି । ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବିଧାୟକ କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ ପ୍ରମୁଖ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି।
ସେମାନେ ଅଭିଯୋଗ କରିଛନ୍ତି, କ୍ଷମତାର ଅପବ୍ୟବହାର କରି ଜୋର ଜବରଦସ୍ତ, ଧମକଚମକ ଦେଇ ଶାସକ ବିଜେଡି ରାଜ୍ୟର ସମବାୟ ସଂସ୍ଥାକୁ ହାତେଇଥିବା କାରଣରୁ ରାଜ୍ୟ ସମବାୟ ଆନ୍ଦୋଳନ ଏବେ ତା’ର ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷପାତିତା ଏବଂ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ରାଜ୍ୟର ସମସ୍ତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବେ ଦୁର୍ନୀତିର ଗନ୍ତାଘର ସାଜିଛି। ଶାସକ ବିଜେଡିର ସୁରକ୍ଷା ବଳୟ ଭିତରେ ଥିବା ଅପରାଧିମାନେ ଏବେ ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଏଭଳି ବେଆଇନ କାର୍ଯ୍ୟ ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କରେ ଚାଲିଛି । ବ୍ୟାଙ୍କ ସିଇଓ ସୁରେଶ ଦାସଙ୍କ ନିଯୁକ୍ତି ପ୍ରଥମରୁ ବେଆଇନ ହୋଇଥିବା ସତ୍ୱେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ବିବାଦୀୟ ସିଇଓ ଶ୍ରୀ ଦାଶଙ୍କ ନିଯୁକ୍ତି ପରଠାରୁ ଚାଷୀମାନେ ଠିକଣା ସମୟରେ କୃଷି ଋଣ ନପାଇ ନାନାଦି ହଇରାଣର ଶିକାର ହୋଇଛନ୍ତି । ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟ ଆଧାରରେ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ଭବାନୀ ଶଙ୍କର ମାଝୀ ଏବଂ ସିଇଓ ସୁରେଶ ଦାଶଙ୍କ ବିରୋଧରେ ୪କୋଟି ୫୬ ଲକ୍ଷ ଟଙ୍କା ହଡ଼ପ ଘଟଣା ଧରାପଡ଼ିଛି ।
ଏହି ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବ୍ୟାଙ୍କ କର୍ମଚାରୀ ଓ ଅଡିଟ୍ ଅଧିକାରୀଙ୍କୁ ଆକ୍ରୋଶମୂଳକ ଭାବେ ବଦଳି କରାଯାଇଛି । ଏପରିକି ଜଣେ ଦିବ୍ୟାଙ୍ଗ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବେ ସମବାୟ ନିର୍ବାଚନ ଚାଲୁଥିବା ସମୟରେ ମାଲକାନଗିରିକୁ ବଦଳି କରାଯିବା ଅତ୍ୟନ୍ତ ବେଆଇନ ଓ ଆଦୌ ଯୁକ୍ତିଯୁକ୍ତ ନୁହେଁ । ବିବାଦୀୟ ସିଇଓ ଶ୍ରୀ ଦାଶଙ୍କୁ ରିଲିଭ୍ କରାଯାଇ ଗତ ୨୦୨୨ ଜାନୁଆରୀ ୩୧ରେ ରଂଜନ ପଟେଲଙ୍କୁ ନୂତନ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀ ଦାଶ ଏବେ ସୁଦ୍ଧା ନିଜକୁ ସିଇଓ ବୋଲି ଦାବି କରି ବ୍ୟାଙ୍କ ପରଚାଳନା ଦାୟିତ୍ୱ ମାଡ଼ି ବସିଛନ୍ତି। ଏହି କାରଣରୁ ବ୍ୟାଙ୍କରେ ଦୁଇ ଦୁଇଟି ସିଇଓ ରହିଛନ୍ତି । ଏହି କାରଣରୁ ଚାଷୀମାନେ ଦ୍ୱନ୍ଦର ଶିକାର ହୋଇ ହଇରାଣର ଶିକାର ହେଉଛନ୍ତି ।
ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଶ୍ରୀ ଦାଶ ଗତ କୃଷି ସେବା ସମବାୟ ସମିତିର ପ୍ରାଥମିକ ନିର୍ବାଚନରେ ଭାଗ ନେଇ ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ଏଭଳି ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ସିଇଓଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ୨୦୧୯ ମସିହା ଡିସେମ୍ବର ମାସଠାରୁ ରାଜ୍ୟର ସମସ୍ତ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନଙ୍କ କାର୍ଯ୍ୟକାଳକୁ ମଧ୍ୟ ସ୍ୱତନ୍ତ୍ର ଅଡିଟ୍ କରିବାକୁ ବିଜେପି ଦାବି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story