ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ଏକ ଧୂପକାଠି କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ମାଲିକଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ଆସିଛି। ଥରେ କେହି ନ ଥିବା ସୁଯୋଗରେ ମାଲିକଜଣକ ଉକ୍ତ କର୍ମଚାରୀଙ୍କୁ ବଳାତ୍କାର କରିଥିଲେ। ସେ ଏହାର ଫଟୋ ଉଠାଇବା ସହ ଭିଡିଓ ମଧ୍ୟ କରି ଦେଇଥିଲେ। ଏହାପରେ ଏହାକୁ ପ୍ରଘଟ କରାଇ ଦେବାର ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହା ଅସହ୍ୟ ହେବାରୁ ସମ୍ପୃକ୍ତା ମହିଳାଜଣଙ୍କ ଥାନାର ଦ୍ୱାରସ୍ତ ହୋଇଛନ୍ତି।
ଛେଣ୍ଡ୍ କଲୋନୀ ନିକଟରେ ଥିବା ଏକ ଧୂପକାଠି ପ୍ରସ୍ତୁତ କମ୍ପାନୀ ମାଲିକଙ୍କ ନାଁରେ ଆସିଛି ଏହି ଅଭିଯୋଗ। କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ଉକ୍ତ କମ୍ପାନୀ ମାଲିକ ବାରମ୍ବାର ଦୁଷ୍କର୍ମ କରିବା, ଅଶ୍ଳୀଳ ଫଟୋ , ଭିଡିଓ ଉଠାଇ ଫେସ୍ବୁକ୍ ଆକାଉଣ୍ଟ ଖୋଲି ବ୍ଲାକମେଲିଂ କରିବା ନେଇ ସମ୍ପୃକ୍ତ ମହିଳା ରଘୁନାଥପାଲ୍ଲୀ ଥାନାରେ ଗତକାଲି ରାତିରେ ଅଭିଯୋଗ କରିଛନ୍ତି।
ଏନେଇ ପୁଲିସ ଦୁଷ୍କର୍ମ , ବ୍ଲକମେଲିଙ୍ଗ ଏବଂ ଆଇଟି ଆକ୍ଟ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଛି। କମ୍ପାନୀ ମାଲିକ ଫେରାର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଦୁଇ ଘଣ୍ଟା ବନ୍ଦ ହୋଇଥିଲା ହାର୍ଟ ବିଟ୍; ତଥାପି ପୁନର୍ଜନ୍ମ ପାଇଲେ ଯବାନ
ଏମ୍ସ ଡାକ୍ତର ଔଷଧ ଦେଇ ଶୁଭକାନ୍ତଙ୍କ ବିପି ବଢ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ହାର୍ଟ ବିଟ୍ କିନ୍ତୁ କମି ଚାଲିଥିଲା। ଏହାରି ଭିତରେ ହଠାତ ହୋଇଥିଲା କର୍ଡିଆକ୍ ଆରେଷ୍ଟ। ବନ୍ଦ ହୋଇଗଲା ହାର୍ଟ ବିଟ୍। ତେଣୁ ଡାକ୍ତର ତାଙ୍କୁ CPR ଦେବା ଆରମ୍ଭ କରିଥିଲେ।
Miscellaneous
ଆମ୍ବ ଟାକୁଆ ଖାଇବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ
ଆମ୍ବ ଟାକୁଆ ଖାଇ ଗୁରୁତର ଥିବା ଆଉ ଜଣେ ଏବେ ବି ଏସସିବିରେ ଚିକିତ୍ସାଧୀନ ଅଛନ୍ତି।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Miscellaneous
ଆଜି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ
ସାଂସ୍କୃତିକ କାର୍ଯ୍ୟକ୍ରମ ଅଧାରୁ ବନ୍ଦକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହାରି ଭିତରେ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ। ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।