ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କିଏ କ’ଣ କହୁଛନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ପ୍ରାୟ ପ୍ରଶଂସା କରାଯାଇଛି। ଅନ୍ୟପଟେ ପୁଲିସ୍‌ର ରାୟ ଅନ ଦି ସ୍ପଷ୍ଟ ଘଟଣାକୁ ନେଇ  ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଆଜିର ଘଟଣାକୁ ନେଇ କିଏ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପୁଲିସ ଜାଣିଛି ତା’ର କାମ କେମିତି ହେବା କଥା। ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଖସିଯାଉଥିଲେ। ପୁଲିସ ତାଙ୍କୁ ଏନ୍‌କାଣ୍ଟର କରିଛି। ଏହା ହେବା […]

5390

Tapas Behera
  • Published: Friday, 06 December 2019
  • , Updated: 06 December 2019, 05:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ପ୍ରାୟ ପ୍ରଶଂସା କରାଯାଇଛି। ଅନ୍ୟପଟେ ପୁଲିସ୍‌ର ରାୟ ଅନ ଦି ସ୍ପଷ୍ଟ ଘଟଣାକୁ ନେଇ  ବିତର୍କ ଆରମ୍ଭ ହୋଇଯାଇଛି। ତେବେ ଆଜିର ଘଟଣାକୁ ନେଇ କିଏ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ପୁଲିସ ଜାଣିଛି ତା’ର କାମ କେମିତି ହେବା କଥା। ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ଖସିଯାଉଥିଲେ। ପୁଲିସ ତାଙ୍କୁ ଏନ୍‌କାଣ୍ଟର କରିଛି। ଏହା ହେବା କଥା ଯଦି ଏହା ହୋଇଛି ଠିକ୍‌ ହୋଇଛି। ମହିଳାଙ୍କ ସୁରକ୍ଷା ଏବଂ ସେମାନଙ୍କର ମର୍ଯ୍ୟାଦା ରକ୍ଷା କେମିତି ହେବ ଏଥିପ୍ରତି ସମସ୍ତେ ସଚେତନ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଯଦି କାହା ବିରୋଧରେ ଅଭିଯୋଗ ଅଛି ।

ଏ ସଂକ୍ରାନ୍ତରେ ବ୍ୟବସ୍ଥା ଭିତରେ ଅର୍ଥାତ ନ୍ୟାଳୟରେ ବିଚାର ହେବା ଉଚିତ୍‌।  ଏହା ପରେ ଦଣ୍ଡ। କିନ୍ତୁ ଯଦି କେହି ଖସିଯିବାକୁ ଉଦ୍ୟମ କରୁଛନ୍ତି ଆଉ ପୁଲିସ ଯେଉଁଭଳି ଆକ୍ସନ୍‌ ନେଇଛି ସେଥିରେ କେମିତି ଜନସମର୍ଥନ ରହିଛି ତାହା ଲୋକଙ୍କ ପ୍ରତିକ୍ରିୟାରୁ ବାରି ହେଉଛନ୍ତି। ଏହାର ଅର୍ଥ ଲୋକଙ୍କ ଭିତରେ ନ୍ୟାୟ ବ୍ୟବସ୍ଥାକୁ ନେଇ ଏକ ଆକ୍ରୋଶ ରହିଛି। ତେଣୁ ବ୍ୟବସ୍ଥାକୁ ବଦଳାବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦଣ୍ଡ ଯଦି ଠିକ୍‌ ସମୟରେ ଦିଆ ନ ଯାଇପାରିବ ତେବେ ଏଭଳି ଅନେକ ପରିସ୍ଥିତି ହେବାର ଆଶଙ୍କା ରହିଛି। ଏହି ଘଟଣାରେ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତ ରାୟ ସ୍ୱାଗତ କରି ହାଇଦ୍ରାବାଦ ପୁଲିସକୁ  ଅଭିନନ୍ଦନ ଜଣାଇଛନ୍ତି। ଯେଉଁମାନେ ରେପ୍‌ କରୁଛନ୍ତି ଏଭିତି କାଉଣ୍ଟର କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଓଡ଼ିଶାର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା  କହିଛନ୍ତି ଯେ, ସେମାନେ ବହୁତ ବଡ଼ ଦୋଷୀ, କଠୋର ଦଣ୍ଡ ଦରକାର ଥିଲା। ଏନେଇ ମାନବାଧିକାର କମିଶନ କ’ଣ କହିବେ ମୁଁ ଜାଣିନାହିଁ।

ଏଭଳି ଅପରାଧ ପ୍ରତି ଅନ୍ୟ ଦେଶରେ କଠୋର ଦଣ୍ଡ ଅଛି। କେଉଁଠି ଗୁଳି କରାଯାଉଛି ତ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଆମ ଦେଶରେ ବି କଠୋର ଆଇନ ହେବା ଉଚିତ। କେବଳ କୋର୍ଟ ଉପରେ ନିର୍ଭର କରି ଦିନ ଗଡ଼ାଇବା ଅପେକ୍ଷା, ମୁଁ ଭାବୁଛି ସେମାନଙ୍କୁ କଠୋର ଦଣ୍ଡ ମିଳିବା ଦରକାର ଥିଲା। ମୁଁ ଭାବୁଛି ହାଇଦ୍ରାବାଦ ଘଟଣାରେ ରେ ଯାହା ହୋଇଛି, ଉଚିତ ହୋଇଛି। ଉଚିତ ପଦକ୍ଷେପ ନିଆଯାଇଛି ଏବଂ ସେମାନଙ୍କୁ ଦଣ୍ଡ ମିଳିଛି।

Related story