ରାୟଗଡ଼ା(ମନୋଜ ପାତ୍ର): ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରାୟଗଡ଼ା ପୁଲିସ୍। ଅଭିଯୁକ୍ତଙ୍କ ନାଁ ସତ୍ୟନାରାୟଣ ସାମଲ। ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।
ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ସତ୍ୟନାରାୟଣ ସୋଶାଲ୍ ମିଡିଆରେ ମିଥ୍ୟା ପ୍ରଚାର କରି ଚାଲିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ତାଙ୍କୁ ଗିରଫ କରିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପୁଲିସ୍ ।
ଏ ସଂକ୍ରାନ୍ତରେ ସତ୍ୟନାରାୟଣ କହିଛନ୍ତି, ଏହାକୁ ସେ ପ୍ରଥମେ ସୋଶାଲ ମିଡିଆରେ ପୋଷ୍ଟ କରି ନାହାନ୍ତି। ତାଙ୍କ ହ୍ୱାଟ୍ସ ଆପ୍କୁ ଏହି ମେସେଜ ଆସିଥିଲା। ଭବିଷ୍ୟତରେ କେହି ଏଥିରେ ଆକ୍ରାନ୍ତ ନ ହୁଅନ୍ତୁ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ସେ ଏହି ମେସେଜକୁ ଫେସ୍ବୁକ୍ରେ ପୋଷ୍ଟ କରିଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।
Accident
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ ଗାଡ଼ି; ୪ ଆହତ
ଦୁର୍ଘଟଣା ନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।