ସ୍କୁଟିରେ ଆସି ନାବାଳକକୁ ଉଠାଇ ନେଲେ ଦୁଇ ଯୁବତୀ

ବଲାଙ୍ଗିର/ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ହୋସ୍ ଆସିଯିବାରୁ ବଞ୍ଚି ଯାଇଛି ନାବାଳକଙ୍କ ଜୀବନ। ତାଙ୍କୁ ସ୍କୁଟିରେ ଉଠାଇ ନେଉଥିଲେ ଦୁଇ ଯୁବତୀ। ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଟିକ୍ରାପଡା ଥାନା ଦେଓଗାଁରେ ଘଟିଛି ଏହି ଘଟଣା। ସୂଚନା ମୁତାବକ, ଅପରାହ୍ନ ୩ ଟା। ଦେଓଗାଁ ରାସ୍ତା ପାର୍ଶ୍ୱ ଚାଷ ଜମି ନିକଟରେ ଅଟକିଲା ସ୍କୁଟି। ସ୍କୁଟିରେ ବସିଥିଲେ ଦୁଇ ଯୁବତୀ। ସେମାନେ ଏହି ଚାଷ ଜମି ନିକଟରେ ଖେଳୁଥିବା ୧୧ ବର୍ଷିୟ ନାବାଳକକୁ କୌଶଳ କରି ପାଖକୁ ଡାକିଲେ। ତାକୁ […]

kidnapp-1

  • Published: Friday, 15 July 2022
  • , Updated: 15 July 2022, 08:23 PM IST

ବଲାଙ୍ଗିର/ପାଟଣାଗଡ଼(ଓଡ଼ିଶା ରିପୋର୍ଟର): ହୋସ୍ ଆସିଯିବାରୁ ବଞ୍ଚି ଯାଇଛି ନାବାଳକଙ୍କ ଜୀବନ। ତାଙ୍କୁ ସ୍କୁଟିରେ ଉଠାଇ ନେଉଥିଲେ ଦୁଇ ଯୁବତୀ। ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଟିକ୍ରାପଡା ଥାନା ଦେଓଗାଁରେ ଘଟିଛି ଏହି ଘଟଣା।

ସୂଚନା ମୁତାବକ, ଅପରାହ୍ନ ୩ ଟା। ଦେଓଗାଁ ରାସ୍ତା ପାର୍ଶ୍ୱ ଚାଷ ଜମି ନିକଟରେ ଅଟକିଲା ସ୍କୁଟି। ସ୍କୁଟିରେ ବସିଥିଲେ ଦୁଇ ଯୁବତୀ। ସେମାନେ ଏହି ଚାଷ ଜମି ନିକଟରେ ଖେଳୁଥିବା ୧୧ ବର୍ଷିୟ ନାବାଳକକୁ କୌଶଳ କରି ପାଖକୁ ଡାକିଲେ। ତାକୁ ଚକୋଲେଟ୍ ଖାଇବାକୁ ଦେଲେ। ସେ ବେହୋସ ହୋଇ ପଡ଼ିବାରୁ ତାକୁ ସ୍କୁଟିରେ ଧରି ଛୁ ମାରିଲେ। ଏହି ଘଟଣାକୁ ଦୂରରୁ ଦେଖି କିଛି ଲୋକ ଧର ଧର କହି ଯୁବତୀଙ୍କ ପିଛା କରିଥିଲେ। ହେଲେ ଲୋକଙ୍କୁ ଚକମା ଦେଇ ଦୁଇ ଯୁବତୀ ବେଲପଡ଼ା ରାସ୍ତାରେ ଯାଉଥିଲେ। କିନ୍ତୁ ଅଚାନକ ନାବାଳକର ହୋସ ଆସିବାରୁ ସେ ଚିତ୍କାର ଛାଡ଼ିଥିଲା। ଏହା ଦେଖି ବାଟରେ ଯାଉଥିବା ବାଟୋଇ ମାନେ ବାଇକ୍ ଯୋଗେ ଏହି ଯୁବତୀଙ୍କ ପିଛା କରିଥିଲେ।

ଶେଷରେ ଅନ୍ୟ ଉପାୟ ନ ପାଇ କିଛି ବାଟରେ ଏହି ଦୁଇ ଯୁବତୀ ନାବାଳକକୁ ରାସ୍ତା ପାର୍ଶ୍ୱ ଏକ ବିଲକୁ ଫୋପାଡ଼ି ଦେଇ ପଳାଇଥିଲେ। ନାବାଳକକୁ ବେଲପଡ଼ା ସହର ନିକଟ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରାଯାଇଛି।

ଗୁରୁତର ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାକୁ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳକର ବାପା ଅନାବ ପୁଟେଲ ଦେଇଥିବା ଅଭିଯୋଗ କ୍ରମେ ବଲପଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀମାନେ ହିନ୍ଦିରେ କଥାବାର୍ତ୍ତା କରୁଥିବା ନାବାଳକ ଜଣକ କହିଛି। ତେଣୁ ସେମାନେ ବାହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି।

Related story