ବଣାଇ(ଓଡ଼ିଶା ରିପୋର୍ଟର): କେନାଲ କଡ଼ରୁ ମିଳିଲା ନବଜାତ ଶିଶୁର ମୃତଦେହ। କେହି ନବଜାତ ଶିଶୁକୁ ମାଟି ଘୋଡ଼ାଇ ଦେଇ ଚାଲି ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜଲଡ଼ିହି ଗ୍ରାମ ନିକଟ କେନାଲ କଡ଼ରେ ଏହି ମୃତଦେହ ଠାବ କରାଯାଇଛି। ଯାହାକୁ ନେଇ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କିଏ କାହିଁକି ଏହି ନବଜାତ ଶିଶୁକୁ ପୋତିଛି ଓ ତାକୁ କିଏ ଜନ୍ମ ଦେଇଛି, ତାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଦେଖାଦେଇଛି।
ଏହି ନବଜାତ ଶିଶୁ ପୋତା ଯାଇଥିବା ବେଳେ ତାର ହାତ ବାହାରକୁ ଦେଖା ଯାଉଥିବା କେତେକ ସ୍ଥାନୀୟ ଲୋକଙ୍କ ନଜର ପଡ଼ିଥିଲା। ଏହାକୁ ନେଇ ଅଲୋଡ଼ନ ସୃଷ୍ଟି ହୋଇଥିଲା। ଏହି ଶିଶୁକୁ କେହି ଜନ୍ମ ଦେଇ ଲୋକଲଜ୍ୟା ଭୟରେ ଏଭଳି କାଣ୍ଡ କରିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ସେପଟେ ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଶେଷରେ ନବୀନଙ୍କୁ ବି ଛାଡ଼ିଲେନି ପାଣ୍ଡିଆନ, କହିଲେ ଓଡ଼ିଶାରେ ଓଡ଼ିଆ କହିବା ଜରୁରୀ
ବିଜେଡିର ପ୍ରତିଷ୍ଠା ଦିବସର ଠିକ୍ ଦିନକ ପୂର୍ବରୁ ଏଭଳି ପୋଷ୍ଟ କରାଗଲା କାହିଁକି? ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ କ’ଣ ପୁଣିଥରେ ବିଜେଡିରେ ସକ୍ରିୟ ହୋଇ ଆଗକୁ ଆସିବାକୁ ଚାହୁଁଛନ୍ତି କି?
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।
Crime
ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ, ସେନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ କହିଛନ୍ତି।