ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁରରେ ଜଣେ ଯାତ୍ରା ହାସ୍ୟ ଅଭିନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତ୍ରିଲୋଚନ ରଣଜିତ। ତାଙ୍କ ଘର ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗାଁରେ।
ତ୍ରିଲୋଚନ ବିଭିନ୍ନ ଯାତ୍ରା ପାର୍ଟିରେ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ। ଏ ବର୍ଷ ସେ ‘ଶୁଭଲକ୍ଷ୍ମୀ’ ନାମକ ଏକ ଯାତ୍ରାପାର୍ଟିରେ ଥିଲେ।
ସୂଚନା ଅନୁଯାୟୀ, ଗତକାଲି ସେ ଭୋଗରାଇ ହାଟକୁ ବୁଲିବାକୁ ଯାଇଥିବା ବେଳେ ଆଉ ଯାତ୍ରା ପାର୍ଟିକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଭୋଗରାଇ ହାଟର ଏକ କ୍ୟାବିନ୍ ପଛରେ ପଡ଼ିଥିବା ଲୋକେ ଦେଖିଥିଲେ। ଏହାପରେ ସେମାନେ ଭୋଗରାଇ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ୍ ଏ ଘଟଣାରେ ଜଣଙ୍କୁ ଅଟକ ରଖିଛି। ତାଙ୍କଠାରୁ ମାରଣାସ୍ତ୍ର ବି ଜବତ କରାଯାଇଛି।
ଭୋଗରାଇ ଅଞ୍ଚଳର କିଛି ଲୋକ ତ୍ରିଲୋଚନଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।
Entertainment
ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪
୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।
Bollywood
ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ
ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।