ଅର୍ଦ୍ଧଦଗ୍ଧ ଯୁବକଙ୍କୁ ହସ୍ପିଟାଲରେ ଛାଡ଼ି ଫେରାର!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜଣେ ଅର୍ଦ୍ଧଦଗ୍ଧ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ହସ୍ପିଟାଲରେ ଛାଡ଼ି କେହି ଜଣେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଯୁବକ ଜଣକ ହେଉଛନ୍ତି ବିଳାସ ଲୁଗୁନ, ଯାହାଙ୍କ ଘର ବୀରମିତ୍ରପୁରରେ। ବିଳାସ ଜଣେ ଡ୍ରାଇଭର୍। ତେବେ ଆଜି ହଠାତ୍ ତାଙ୍କୁ କେହି ଅଜଣା ବ୍ୟକ୍ତି ଡାକ୍ତରଖାନା ବାରଣ୍ଡାରେ ପଡ଼ିଥିବା ଷ୍ଟ୍ରେଚରରେ ଶୁଆଇ ଦେଇ ସେଠାରୁ ପଳାଇଛି।

ବିଳାସଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଚାଲିଛି। ତେବେ ପ୍ରଶ୍ନ ଉଠୁଛି ଯେ ବିଳାସ କେମିତି ଜଳିଲେ ଏବଂ ତାଙ୍କୁ କିଏ ଆଣି ହସ୍ପିଟାଲରେ ଛାଡ଼ିଲା। ସେ ନେଇ ତଦନ୍ତ ଚାଲିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।