ଓଟିଭି ନାଁରେ ଫେକ୍‌ ନ୍ୟୁଜ୍‌ କରି ବନ୍ଧା ହେଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ OTV ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଫେକ୍‌ ନ୍ୟୁଜ୍‌ ଭାଇରାଲ୍ ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ଏହି ଘଟଣାର ମୁଖ୍ୟ  ଅଭିଯୁକ୍ତ ହିମାଂଶୁ ବରାଳଙ୍କୁ ଗିରଫ କରିଛି ଯାଜପୁର ପୁଲିସ୍ । ଏନେଇ ଯାଜପୁର ଏସ୍‌ପି  ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯାଜପୁର ଶଟ୍‌ଡାଉନ୍ ନେଇ ହିମାଂଶୁ ମିଛ ଖବର ପ୍ରଚାର କରିଥିଲେ । ଅଭିଯୁକ୍ତଙ୍କ ନାଁରେ ଦଫା ୧୮୮, ୨୬୯, ୨୭୦, ୫୦୫ ବିରେ […]

fake-news--1

Niharika Rout
  • Published: Friday, 01 May 2020
  • , Updated: 01 May 2020, 02:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ OTV ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍‌କୁ ବ୍ୟବହାର କରି ଫେକ୍‌ ନ୍ୟୁଜ୍‌ ଭାଇରାଲ୍ ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ଏହି ଘଟଣାର ମୁଖ୍ୟ  ଅଭିଯୁକ୍ତ ହିମାଂଶୁ ବରାଳଙ୍କୁ ଗିରଫ କରିଛି ଯାଜପୁର ପୁଲିସ୍ । ଏନେଇ ଯାଜପୁର ଏସ୍‌ପି  ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯାଜପୁର ଶଟ୍‌ଡାଉନ୍ ନେଇ ହିମାଂଶୁ ମିଛ ଖବର ପ୍ରଚାର କରିଥିଲେ ।

ଅଭିଯୁକ୍ତଙ୍କ ନାଁରେ ଦଫା ୧୮୮, ୨୬୯, ୨୭୦, ୫୦୫ ବିରେ ମାମଲା ରୁଜୁ ହୋଇଛି ।  ଏହାସହ ୩୪ IPC, ୩ ଇଡି ଆକ୍ଟ , ୫୪ଡିଏମ୍  ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏନେଇ ତଦନ୍ତ କରିବା ପରେ ଫେକ୍‌ ନ୍ୟୁଜ୍‌ କରିଥିବା ବ୍ୟକ୍ତି ଓ ୧୦ ଜଣଙ୍କୁ ପୁଲିସ୍ ପଚରାଉଚରା କରିଥିଲା ।

Related story