ଅଜଣା ବ୍ୟକ୍ତିଙ୍କ ଦେହରେ ପିପିଇ କିଟ; ଲୋକେ ଆତଙ୍କିତ

ବାଲିଗୁଡ଼ା(ଅଜିତ ନାୟକ): ପାଗଳ ଦେହରେ ପିପିଇ କିଟ ! ଏଭଳି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । କିଛି ଦିନ ଧରି  ଅଜଣା ମାନସିକ ବିକାରଗସ୍ତ ବ୍ୟକ୍ତିଜଣକ ପିପିଇ କିଟ ପିନ୍ଧି ରାଇକିଆ  ଅଞ୍ଚଳର ବିଭିନ୍ନ ଗାଁକୁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହରେ ପିନ୍ଧିଥିବା ପିପିଇ କିଟ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସ୍ଥାନୀୟ […]

ppe-1-1

Niharika Rout
  • Published: Monday, 10 August 2020
  • , Updated: 10 August 2020, 01:43 PM IST

ବାଲିଗୁଡ଼ା(ଅଜିତ ନାୟକ): ପାଗଳ ଦେହରେ ପିପିଇ କିଟ ! ଏଭଳି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି ।

କିଛି ଦିନ ଧରି  ଅଜଣା ମାନସିକ ବିକାରଗସ୍ତ ବ୍ୟକ୍ତିଜଣକ ପିପିଇ କିଟ ପିନ୍ଧି ରାଇକିଆ  ଅଞ୍ଚଳର ବିଭିନ୍ନ ଗାଁକୁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ଦେହରେ ପିନ୍ଧିଥିବା ପିପିଇ କିଟ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ଫୋପଡା ଯାଇଥିବା ପିପିଇ କିଟ ପାଇ ସେ ପିନ୍ଧିଥିବା ଅନୁମାନ କରାଯାଉଛି । କରୋନା ମହାମାରୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏଭଳି ଅବସ୍ଥାରେ ବୁଲୁଥିବା ନେଇ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି । ପ୍ରଶାସନ  ପକ୍ଷରୁ ତୁରନ୍ତ ବ୍ୟକ୍ତିଙ୍କ ଶରୀରରୁ ଉକ୍ ପିପିଇ କିଟ୍‌ କାଢ଼ି ପୋଡି ଦେବାକୁ ଦାବି ହୋଇଛି।

 

Related story