ରାଜ୍ୟ ବଜେଟ୍‌: ଦେଉଳକୁ ମୁଖଶାଳା ବଳିଗଲା, ବେକରେ କଣ୍ଟା ହୋଇଛି ମାତ୍ରାଧିକ ଘୋଷଣା

ଭୁବନେଶ୍ୱର (ପ୍ରକାଶ ସେଠୀ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଚିରାଚରିତ ଢଙ୍ଗରେ ବଜେଟର ଆକାରକୁ ଅଧିକ ୨୬% ବଢ଼ାଇ ପ୍ରଶଂସା ସାଉଁଟିବାକୁ ଉଦ୍ୟମ କରିଥିବାବେଳେ ପୁଞ୍ଜି ବ୍ୟୟ ଅଟକଳକୁ ହ୍ରାସ କରିବା ସହ ପ୍ରଶାସନିକ ବ୍ୟୟରେ ଲମ୍ବା ଡିଆଁ ମାରିଛନ୍ତି । ପୁଞ୍ଜି ବ୍ୟୟ ପରିମାଣ ହ୍ରାସ ଯୋଗୁ ରାଜ୍ୟର ସ୍ଥାୟୀ ଭିତ୍ତିଭୂମି ସହ ଅର୍ଥନୀତି ଉପରେ ଦୂରଗାମୀ ପ୍ରତିକୂଳ ପ୍ରଭାବ […]

Naveen Patnaik

Naveen Patnaik

Ordigital Desk
  • Published: Monday, 22 February 2021
  • Updated: 22 February 2021, 08:15 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଚିରାଚରିତ ଢଙ୍ଗରେ ବଜେଟର ଆକାରକୁ ଅଧିକ ୨୬% ବଢ଼ାଇ ପ୍ରଶଂସା ସାଉଁଟିବାକୁ ଉଦ୍ୟମ କରିଥିବାବେଳେ ପୁଞ୍ଜି ବ୍ୟୟ ଅଟକଳକୁ ହ୍ରାସ କରିବା ସହ ପ୍ରଶାସନିକ ବ୍ୟୟରେ ଲମ୍ବା ଡିଆଁ ମାରିଛନ୍ତି ।

ପୁଞ୍ଜି ବ୍ୟୟ ପରିମାଣ ହ୍ରାସ ଯୋଗୁ ରାଜ୍ୟର ସ୍ଥାୟୀ ଭିତ୍ତିଭୂମି ସହ ଅର୍ଥନୀତି ଉପରେ ଦୂରଗାମୀ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥିବାବେଳେ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପଂଚାୟତିରାଜ ବିଭାଗକୁ ଅଧିକ ଅର୍ଥ ବରାଦ କରିଛନ୍ତି। ଆଉ କରୋନା ଭଳି ମହାମାରୀର ରିଟର୍ଣ୍ଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ପାଇଁ ଗତବର୍ଷ ତୁଳନାରେ ଅଧିକ ୧୮୭୦୦ କୋଟି ଟଙ୍କା ଅଧିକ ଟଙ୍କା ବ୍ୟୟବରାଦ କରିଥିବାବେଳେ ନିଜେ ଘୋଷଣା କରିଥିବା କାର୍ଯ୍ୟକ୍ରମଗୁଡ଼ିକୁ ଚଳାଇ ରଖିବା ବି ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଯାହା ବଜେଟ ବ୍ୟୟବରାଦରେ ପ୍ରତିଫଳିତ ହୋଇଛି। ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଶିଳ୍ପ, ଶକ୍ତି ଓ ସମବାୟ ଆଦି ପ୍ରମୁଖ ବିଭାଗ ଭଳି ଭିତ୍ତିଭୂମି କ୍ଷେତ୍ରଗୁଡ଼ିକର ବ୍ୟୟବରାଦକୁ ମଧ୍ୟ ଅପେକ୍ଷାକୃତ କାଣ୍ଟଛାଣ୍ଟ୍ କରଯାଇଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ବଜେଟ୍ ଦସ୍ତାବିଜ ଅନୁସାରେ, ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦକୁ ରାଜ୍ୟ ସରକାର ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜସ୍ୱ ବାବଦରେ ୧ଲକ୍ଷ ୨୫ହଜାର ୬୦୦ଟଙ୍କା ଓ ଋଣ ଆକାରରେ ୪୪୬୦୦ଟଙ୍କାରୁ ଭରଣା କରିବେ।

୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ‘କାର୍ଯ୍ୟକ୍ରମ ବ୍ୟୟ’ ପରିମାଣରେ ମାତ୍ର ୧ହଜାର କୋଟି ଟଙ୍କା ବୃଦ୍ଧି ହୋଇଥିବାବେଳେ ମୋଟ ବଜେଟରେ ଏହା ୪୯.୩୩%ରୁ ୪୪.୦୮ ପ୍ରତିଶତ ଖସିଆସିଛି। ସେହିପରି ପ୍ରଶାସନିକ ବ୍ୟୟରେ ମାତ୍ରାଧିକ ବୃଦ୍ଧି କରାଯାଇଛି। ଗତ ବଜେଟ ତୁଳନାରେ ଏଥର ଅଧିକ ୧୯୩୫୫କୋଟି ଟଙ୍କା ବଢ଼ିଥିବାବେଳେ ମୋଟ ବଜେଟରେ ଏହାର ପରିମାଣ ୪୩.୭୭%ରୁ ୫୦%କୁ ବୃଦ୍ଧି ପାଇଛି।

ସବୁଠୁ ଉଦବେଗଜକ ଭାବେ ପୁଞ୍ଜି ଅଟକଳ ବ୍ୟୟ ଗତବର୍ଷ ତୁଳନାରେ ପ୍ରାୟ ୮୦୦କୋଟି ଟଙ୍କା ହ୍ରାସ ପାଇଛି । ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ର ପାଇଁ ଗତବର୍ଷ ୩୨୦୦କୋଟି ଟଙ୍କା ଥିବାବେଳେ ଚଳିତ ବଜେଟରେ ୩୦୫୦କୋଟି ଟଙ୍କା, ରାଜ୍ୟରୁ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର ହେଉଥିବା ଅର୍ଥରେ ପ୍ରାୟ ୨୦୦କୋଟି ଟଙ୍କା ହ୍ରାସ ପାଇଛି।

ତେବେ ବଜେଟରେ ନୂତନ ଭିତ୍ତିଭୂମି କ୍ଷେତ୍ରକୁ ଅଣଦେଖା କରାଯାଇଥିବାବେଳେ ପୂର୍ବରୁ ଯେଉଁ ସବୁ ଘୋଷଣା ସରକାର କରିଛନ୍ତି, ତାକୁ ଚଳାଇ ରଖିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିଛନ୍ତି। ବିଜେଡି ସରକାରର ପ୍ରାୟ ୪ଡଜନରୁ ଅଧିକ ଯୋଜନା ନିମନ୍ତେ ଅର୍ଥ ବ୍ୟୟବରାଦ କରିବା ମଧ୍ୟ ଏକରକମ ବାଧ୍ୟବାଧକତା ପାଲଟିଥିବାବେଳେ ଚଳିତ ବର୍ଷରେ ମୋଟ ୪୪୪୦୦କୋଟି ଟଙ୍କା ଋଣ କରିବେ। ଅବଶ୍ୟ ଓମ୍ବାଡ ଓ ଖଣିଜ ପାଣ୍ଠିରୁ ୧୬୧୮୬କୋଟି ଟଙ୍କା ଓ ଅନ୍ୟାନ୍ୟ କ୍ଷେତ୍ରରୁ ବାକି ୧୦ହଜାରକୋଟି ଟଙ୍କା ଆଣି ପ୍ରାୟ ୨୬ହଜାର କୋଟି ଟଙ୍କାର ଉଚ୍ଚ ସୁଧହାର ଥିବା ଋଣକୁ ପରିଶୋଧ କରିବେ ବୋଲି ଜଣାପଡ଼ିଛି।

ଚଳିତ ଆର୍ଥିକ ବର୍ଷରେ ଅଧିକ ୧୮, ୪୬୫କୋଟି ଟଙ୍କା ଋଣ ସରକାର କରିବେ। ଚଳିତ ଆର୍ଥକ ବର୍ଷ ଶେଷ ବେଳକୁ ରାଜ୍ୟର ମୋଟ ଋଣବୋଝ ୧ଲକ୍ଷ ୬ହଜାର ୫୪୦କୋଟି ଟଙ୍କା ଛୁଇଁବ ବୋଲି ମଧ୍ୟ ଆକଳନ ହୋଇଛି। ୨୦୨୦-୨୧ ବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ମୋଟ ରାଜ୍ୟ ଜିଡିପିର ୧୭.୯%ରୁ ବୃଦ୍ଧି ପାଇ ୨୦.୯% ହେବ। ସେହିପରି ନିଜସ୍ୱ ଟିକସ ମଧ୍ୟ ରାଜ୍ୟ ଜିଡିପିର ୬.୪% ରହିବ, ଯାହାକି ଅପେକ୍ଷାକଢତ କମ୍।

ନିଜସ୍ୱ ରାଜସ୍ୱ ସଂଗ୍ରହ ବୃଦ୍ଧି ହେବାଭଳି କୌଣସି ବ୍ୟବସ୍ଥା କରିନାହାନ୍ତି। ଚଳିତ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ପରିମାଣ ୮୫୦କୋଟି ହ୍ରାସ ପାଇବ ଓ ଅଣଟିକସ ରାଜସ୍ୱ ପ୍ରାୟ ୨୩୫୦କୋଟି ଟଙ୍କା ବୃଦ୍ଧି ହେବ ବୋଲି ଆକଳନ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କଠୁ ଟିକସ ବାବଦରେ ପ୍ରାୟ ୬ହଜାର କୋଟି ଟଙ୍କା କମ ମିଳିବ ବୋଲି ଆକଳନ ହୋଇଥିଲେ ବି ଜିଏସଟି କ୍ଷତିପୂରଣ ଓ ଅନୁଦାନ ବାବଦରେ ଗତବର୍ଷ ତୁଳନାରେ ଅଧିକ ୬ହଜାର କୋଟି ଟଙ୍କା ମିଳିବ ତଥା କେନ୍ଦ୍ରରୁ ରାଜ୍ୟକୁ ୨୦୨୦-୨୧ରେ ମିଳିଥିବା ପରିମାଣ ପ୍ରାୟତଃ ସମାନ ରହିବ ବୋଲି ଜଣାପଡ଼ିଛି।

କରୋନା ମହାମାରୀ ରିଟର୍ଣ୍ଣ କରିବାର ଆଶଙ୍କା ଥିବାରୁ ସରକାର ଅଣଯୋଜନା (ଏବେ ପ୍ରଶାସନିକ ବ୍ୟୟ) କ୍ଷେତ୍ରକୁ ଆବଣ୍ଟିତ ବ୍ୟୟବରାଦର ପରିମାଣକୁ ମାତ୍ରାଧିକ ବୃଦ୍ଧି କରିଛନ୍ତି।

ରାଜ୍ୟରେ ନୂଆ ନିଯୁକ୍ତି ସୁଯୋଗ, କର୍ମସଂସ୍ଥାନ, ନୂଆ ଭିତ୍ତିଭୂମି ନିର୍ମାଣ କିମ୍ବା ସାଧାରଣ ଲୋକଙ୍କୁ ଉନ୍ନତ ଜୀବନଶୈଳୀ ପ୍ରଦାନ ନିମନ୍ତେ ଆବଶ୍ୟକ ସୁବିଧାସୁଯୋଗ ଦେବାକୁ ସରକାର ବଜେଟରେ ବିଫଳ ହୋଇଛନ୍ତି । କୌଣସି ଗୋଟିଏ ବି ଆଖିଦୃଶିଆ କିମ୍ବା ନୂଆ ଯୋଜନା ନାହିଁ। କେବଳ ମିଶନ ଶକ୍ତି ପାଇଁ ଯେଉଁ ନୂଆ ଯୋଜନା କରିଛନ୍ତି ତାହା ନୂଆ ବୋତଲରେ ପୁରୁଣା ମଦ ସଦୃଶ ହୋଇଛି।

ଅବଶ୍ୟ ଅର୍ଥ ବିଭାଗର ବ୍ୟୟବରାଦରେ ଅଧିକ ପ୍ରାୟ ୧୮ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ସରକାର ଉଭୟ ପଂଚାୟତ ନିର୍ବାଚନ ଓ କରୋନା ମୁକାବିଲା କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ସତ, କିନ୍ତୁ ସ୍ଥାୟୀ ନୂଆ ଭିତ୍ତିିଭୂମି କିମ୍ବା ନିଯୁକ୍ତି ସୁଯୋଗ ସୃଷ୍ଟି ଭଳି କୌଣସି ପଦକ୍ଷେପ ନନେବା ରାଜ୍ୟ ଅର୍ଥନୀତି ଉପରେ ଦୂରଗାମୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story