ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଛି। ଏହି ନରକଙ୍କାଳ ପାଖରୁ ସିଆର୍ପିଏଫ୍ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି।
ପରିଚୟପତ୍ରରେ ଧରମ ଦେବ ନାଁ ଲେଖାଯିବା ସହ ଠିକଣାରେ ଉତ୍ତରପ୍ରଦେଶ ଲେଖାଅଛି। ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି।
ଏହି କଙ୍କାଳକୁ ବ୍ରହ୍ମପୁରର ଫୋରେନ୍ସିକ ଲାବକୁ ପଠାଯାଇଛି। ଧରମ ଦେବଙ୍କ ପୁଅ ଆଜି ସେଠାକୁ ଆସୁଛନ୍ତି। ଏହାପରେ ସ୍ପଷ୍ଟ ହୋଇଯିବ ଏହି କଙ୍କାଳଟି ପ୍ରକୃତରେ ଧରମ ଦେବଙ୍କର ନୁହେଁ କି ନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍ ତନାଘନା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।
Accident
କଲଭର୍ଟରେ ପିଟି ହୋଇ ଓଲଟିଲା ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍; ୨ ଗୁରୁତର
ଆଜି ସକାଳେ ପିଆଜ ବୋଝେଇ ପିକ୍ଅପ୍ ଭ୍ୟାନ୍ଟି ବିନିକାରୁ ସୋନପୁର ଅଭିମୁଖେ ଯାଉଥିଲା।
Entertainment
ମହଙ୍ଗା ପଡ଼ିଲା ବିନା ହେଲମେଟରେ ରିଲ୍ସ; ରାନୀ ପ୍ରିୟଦର୍ଶିନୀଙ୍କ ଗାଡ଼ି ଜବତ
ବିନା ହେଲମେଟରେ ସ୍କୁଟି ଚଳାଇ ରିଲ୍ସ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ ରାନୀ ପ୍ରିୟଦର୍ଶିନୀ।
Weather
ଆଜି ଅବପାତରେ ପରିଣତ ହେବ ଲଘୁଚାପ;୨୭ରୁ ବର୍ଷିବ
୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।