ଗାରମେଣ୍ଟ ବ୍ୟବସାୟ ନାଁରେ ବିଦେଶିନୀ ଠକିନେଲେ ୪.୯୫ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଫେସ୍‌ବୁକ୍‌ରେ ପରିଚୟ। ପରେ ବିଶ୍ୱାସ ଜନ୍ମାଇ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କୁ ୪.୯୫ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ବିଦେଶିନୀ। ଏନେଇ ଆଜି ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି। ଠକାମୀର ଶିକାର ବ୍ୟକ୍ତିଙ୍କ ନାମ ଜ୍ଞାନରଞ୍ଜନ ଦାସ। ଠକେଇର ପୂରା ଚିତ୍ର ଅବତାରଣା କରି ସେ କହିଛନ୍ତି, ଫେସ୍ ବୁକ୍‌ରେ ଇଂଲଣ୍ଡ ବିଦେଶିନୀଙ୍କ ସହ ଫ୍ରେଣ୍ଡସିପ୍ ହେବା ପରେ ଚାଲିଥିଲା ଘନଘନ ଚାଟିଂ। ଚାଟିଂ ବେଳେ ବିଦେଶିନୀ ନିଜକୁ ଜଣେ […]

UK

UK

Niranjan Mishra
  • Published: Monday, 18 July 2022
  • Updated: 18 July 2022, 07:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମେ ଫେସ୍‌ବୁକ୍‌ରେ ପରିଚୟ। ପରେ ବିଶ୍ୱାସ ଜନ୍ମାଇ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କୁ ୪.୯୫ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ବିଦେଶିନୀ। ଏନେଇ ଆଜି ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି। ଠକାମୀର ଶିକାର ବ୍ୟକ୍ତିଙ୍କ ନାମ ଜ୍ଞାନରଞ୍ଜନ ଦାସ।

ଠକେଇର ପୂରା ଚିତ୍ର ଅବତାରଣା କରି ସେ କହିଛନ୍ତି, ଫେସ୍ ବୁକ୍‌ରେ ଇଂଲଣ୍ଡ ବିଦେଶିନୀଙ୍କ ସହ ଫ୍ରେଣ୍ଡସିପ୍ ହେବା ପରେ ଚାଲିଥିଲା ଘନଘନ ଚାଟିଂ। ଚାଟିଂ ବେଳେ ବିଦେଶିନୀ ନିଜକୁ ଜଣେ କପଡ଼ା ବ୍ୟବସାୟୀ ବୋଲି ପରିଚୟ ଦେଇଥିଲେ। ନିଜ ଫଟୋ ପଠାଇଲେ। ନାଁ ସିଲାଇନ ଜୁଲି ଆଣ୍ଟ୍ରସନ ବୋଲି ଉଲ୍ଲେଖ କରିଥିଲେ। ସେ ମଧ୍ୟ ନିଜକୁ ଜଣେ ବ୍ୟବସାୟୀ ବୋଲି ଉଲ୍ଲେଖ କରିଥିଲେ। ବିଦେଶିନୀଙ୍କ ସହ ବନ୍ଧୁତା ଘନିଷ୍ଠ କରିବାକୁ ଚେଷ୍ଟା କରିଥିଲେ। ଦେଢ଼ ମାସ ଧରି ଲିଙ୍କରେ ରହିବା ପରେ ଏହାର ଫାଇଦା ଉଠାଇଥିଲେ ବିଦେଶିନୀ। ଦୁବାଇରୁ ପୋଷାକ କିଣିବାରେ ଅଧିକ ଖର୍ଚ୍ଚ ପଡ଼ୁଥିବା ବିଦେଶିନୀ କହି ତାଙ୍କୁ ଭାରତରୁ ଜିନିଷ ସପ୍ଲାଇ କରିବାରେ ମାଧ୍ୟମ ହେବାକୁ ପ୍ରଲୋଭନ ଦେଇଥିଲେ। ବାସ୍ ଏତିକି ପ୍ରଲୋଭନରେ ସେ ଫସିଗଲେ। ବିଦେଶକୁ ପୋଷାକ ପଠାଇ ମୁନାଫା କମାଇବା ଲୋଭରେ ସେ ପଡ଼ିଥିଲେ।

ବିଦେଶିନୀଙ୍କ କହିବା ପରେ ସେ ଗୁଜୁରାଟ, ଅହମଦାବାଦ, କୋଲକାତା ଯାଇ ପୋଷାକ ତିଆରି କରୁଥିବା ସଂସ୍ଥାମାନଙ୍କ ସହ ଯୋଗାଯୋଗ କରିଥିଲେ। ହଠାତ୍ ଫୋନ୍ କରି ଗତ ମାସ ୨୨ ତାରିଖରେ ସେ ନୂଆଦିଲ୍ଲୀ ଆସିଥିବା କହିଥିଲେ। ତାଙ୍କ ପାସପୋଟ ଓ ଭିସା ଫେସ୍ ବୁକ୍ ଚାଟିଂରେ ସେୟାର କରିଥିଲେ। ୬୦ ହଜାର ପାଉଣ୍ଡ ଦେବାକୁ ଆସିଛନ୍ତି ବୋଲି କହିଥିଲା। ଏହାକୁ ଟଙ୍କାରେ ପରିଣତ କରିବା ନିମେନ୍ତ ଏୟାର ପୋର୍ଟରେ କଷ୍ଟମ ଏଜେନ୍ସ ପଞ୍ଜିକରଣକୁ ୩୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ରିଜର୍ଭ ବ୍ୟାଙ୍କ ଲେଖା ଥିବା ଲିଙ୍କ ପଠାଇଥିଲେ। ତେଣୁ ସେ ଏହି ଲିଙ୍କ ଜରିଆରେ ଟଙ୍କା ଦେଇଥିଲେ। ପରେ ପାଉଣ୍ଡକୁ ରିଜର୍ଭ ବ୍ୟାଙ୍କ ଜରିଆରେ ଟଙ୍କାରେ ପରିଣତ କରିବା ନିମେନ୍ତ ଟ୍ରାନ୍ସଫର ଚାର୍ଜ ୯୮ ହଜାର ଟଙ୍କା ମାଗିଥିଲେ। ଏହାକୁ ମଧ୍ୟ ସେ ବିଦେଶିନୀ ପଠାଇଥିବା ଲିଙ୍କ୍ ଜରିଆରେ ଦେଇଥିଲେ। ପରେ ସେ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ସେଭିଂ ବ୍ୟାଙ୍କ ଆକାଉଣ୍ଟ ହୋଇଥିବାରୁ ଏତେଗୁଡ଼ା ଟଙ୍କା ଜମା ସମ୍ଭବ ନୁହେଁ କହି ଏହି ବ୍ୟାଙ୍କ ଆକାଉଣ୍ଟକୁ ଅପଗ୍ରେଡସନ କରିବା ନିମନ୍ତେ ୧ ଲକ୍ଷ ୧୦ ହଜାର ଟଙ୍କା ମାଗିଥିଲେ। ସେ ଏହାକୁ ମଧ୍ୟ ବିଦେଶିନୀଙ୍କ ଲିଙ୍କ୍‌ରେ ପୈଠ କରିଥିଲେ। ଏହା ପରେ ପୁଣି ପାଉଣ୍ଡକୁ ହ୍ୱାଇଟ୍ ମନିଂ ବୋଲି ଦର୍ଶାଇବାକୁ ୧୦ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ କହିଥିଲେ। ଯାହା ପରେ ସେ ସନ୍ଦେହ କହିଥିଲେ।

ସନ୍ଦେହ ହେବାରୁ ରିଜର୍ଭ ବ୍ୟାଙ୍କ ଯାଇ ପଚରାଉଚରା କରିଥିଲେ। ସେଠାରୁ ଏହା ଠକ କମ୍ପାନୀଙ୍କ ଚାଲ ବୋଲି ଜାଣିବା ପରେ ତାଙ୍କ ହୋସ୍ ଉଡ଼ି ଯାଇଥିଲା। ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସତ ଜାଣିବା ବେଳକୁ ସେ ପ୍ରାୟ ବିଦେଶିନୀ ପଠାଇଥିବା ବିଭିନ୍ନ ଲିଙ୍କ୍‌ରେ ପ୍ରାୟ ୪.୯୫ ଲକ୍ଷ ଟଙ୍କା ପଠାଇସାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story