କଅଁଳ ବୟସରେ ସଂସାର ଗଢ଼ିଲେ, ଅବେଳରେ ଛାଡ଼ି ଚାଲିଗଲେ

ଚୌଦ୍ଵାର (ପ୍ରକାଶ): ୧୩ ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ। ୪ ବର୍ଷ ଧରି ସ୍ୱାମୀଙ୍କ ସହିତ ଗଢ଼ିଥିଲେ ସଂସାର। ହେଲେ ସେହି ଖୁସିର ସମ୍ପର୍କରେ ଲାଗିଲା କାହାର ନଜର। ଅଜଣା ଫୋନ୍‌ କଲ ସୃଷ୍ଟିକଲା ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କର ତିକ୍ତତା। ତେବେ ସେହି ତିକ୍ତତା ନଥିଲା ଏତେ ଭୟଙ୍କର। ତଥାପି ଜୀବନ ହାରିବାର ରାସ୍ତା ବାଛିଥିଲେ ରଶ୍ମିତା। ଅଫେରା ରାଇଜର ପଥିକ ହେବା ପୂର୍ବରୁ ଛାଡ଼ି ଗଲେ ହାତ ଲେଖା ଚିଠି। ୪ ବର୍ଷ […]

Suicide

Suicide

Manoranjan Sial
  • Published: Friday, 05 August 2022
  • Updated: 05 August 2022, 06:15 PM IST

Sports

Latest News

ଚୌଦ୍ଵାର (ପ୍ରକାଶ): ୧୩ ବର୍ଷ ବୟସରେ ପ୍ରେମ ବିବାହ କରିଥିଲେ। ୪ ବର୍ଷ ଧରି ସ୍ୱାମୀଙ୍କ ସହିତ ଗଢ଼ିଥିଲେ ସଂସାର। ହେଲେ ସେହି ଖୁସିର ସମ୍ପର୍କରେ ଲାଗିଲା କାହାର ନଜର। ଅଜଣା ଫୋନ୍‌ କଲ ସୃଷ୍ଟିକଲା ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କର ତିକ୍ତତା। ତେବେ ସେହି ତିକ୍ତତା ନଥିଲା ଏତେ ଭୟଙ୍କର। ତଥାପି ଜୀବନ ହାରିବାର ରାସ୍ତା ବାଛିଥିଲେ ରଶ୍ମିତା। ଅଫେରା ରାଇଜର ପଥିକ ହେବା ପୂର୍ବରୁ ଛାଡ଼ି ଗଲେ ହାତ ଲେଖା ଚିଠି।

୪ ବର୍ଷ ତଳେ ନୟାଗଡ ଜିଲ୍ଲା ନବଘନପୁର ଗାଁର ସୁରେନ୍ଦ୍ର ସାହୁଙ୍କ ଘରେ ଡ୍ରାଇଭର ଭାବେ କାମ କରୁଥିଲେ ତ୍ରିଲୋଚନ ବିଶ୍ୱାଳ। ସୁରେନ୍ଦ୍ରଙ୍କ କାର୍‌ ଚଲାଉଥିବା ତ୍ରିଲୋଚନଙ୍କ ପ୍ରେମରେ ପଡ଼ିଥିଲେ ତାଙ୍କ ୧୩ ବର୍ଷର ଝିଅ ରଶ୍ମିତା। କିଛି ଦିନର ଲୁଚାଛପା ପ୍ରେମ ସମ୍ପର୍କ ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ।

ମନ୍ଦିରରେ ବାବାହ ପରେ ତ୍ରିଲୋଚନଙ୍କ ଘରକୁ ବଧୂ ବେଶରେ ଯାଇଥିଲେ ରଶ୍ମିତା। ପ୍ରାୟ ୩ ବର୍ଷ ଧରି ଶାଶୁ ଘରେ ସଂସାର ଗଢ଼ିଥିଲେ ରଶ୍ମିତା। ପରେ ତ୍ରିଲୋଚନ କଟକ ଜିଲ୍ଲା ଟାଙ୍ଗୀ ପଳାଇ ଆସି ଥିଲେ। ସାଥୀରେ ରଶ୍ମିତାଙ୍କୁ ନେଇ ଆସିଥିଲେ। ଉଭୟ ଏଠାରେ ଘର ଭଡ଼ା ନେଇ ବେଶ୍‌ ଖୁସିରେ ରହୁଥିଲେ। ତ୍ରିଲୋଚନ ଟ୍ରକ୍‌ ଚଲାଇବାକୁ ଯାଉଥିଲେ ଓ ଘରେ ଏକାକୀ ରହୁଥିଲେ ରଶ୍ମିତା। ହସଖୁସିରେ ଚାଲୁଥିବା ସଂସାରରେ ହଠାତ୍‌ କାହାର ଲାଗିଲା ନଜର। ରଶ୍ମିତାଙ୍କ ମୋବାଇଲ୍‌କୁ ଆସିଥିଲା ଏକ ଫୋନ୍‌ କଲ୍‌। ଫୋନ୍‌ ଉଠାଇ ତାଙ୍କ ସହିତ ରଶ୍ମିତା କୁଆଡ଼େ କଥା ହୋଇଥିଲେ। ସେହି ଅଜଣା ବ୍ୟକ୍ତି କିଏ? ତାଙ୍କ ସହିତ କାହିଁକି କଥା ହେଉଛ? ଏହାକୁ ନେଇ କିଛି ଦିନ ତଳେ ରଶ୍ମିତା ଓ ତ୍ରିଲୋଚନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

[caption id="attachment_755047" align="aligncenter" width="588"]Letter ରଶ୍ମିତାଙ୍କ ଚିଠି[/caption]

ଦୁଇଦିନ ତଳେ ତ୍ରିଲୋଚନ ଟ୍ରକ୍‌ ଚଳାଇବାକୁ ଯାଇଥିଲେ। ଗୁରୁବାର ରାତିରେ ଭଡ଼ା ଘରକୁ ଫେରିଥିଲେ। ଯେତେ କବାଟ ବାଡ଼େଇଲେ ମଧ୍ୟ ରଶ୍ମିତା ଖୋଲିନଥିଲେ। ପରେ ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ରିସିଭ୍‌ କରିନଥିଲେ। ମନରେ ସନ୍ଦେହ ହେବାରୁ ଝରକା ଫାଙ୍କରେ ଅନାଇବାରୁ ଝୁଲନ୍ତା ଅବସ୍ଥାରେ ରଶ୍ମିତାଙ୍କୁ ଦେଖିବାକୁ ପାଇଥିଲେ ତ୍ରିଳୋଚନା। ପରେ ଏନେଇ ଥାନାକୁ କହିଥିଲେ। ପୁଲିସ ପହଞ୍ଚି କବାଟ ନଖୋଲିବାକୁ ତ୍ରିଲୋଚନଙ୍କୁ ପରାମର୍ଶ ଦେଇଥିଲା। ଆଜି ସକାଳେ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ପାଖରୁ ରଶ୍ମିତାଙ୍କ ହାତ ଲେଖା ଚିଠି ପୁଲିସ୍‌କୁ ମିଳିଛି। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି ବୋଲି ଲେଖା ରହିଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଝିଅର ବାପା ଘର ଲୋକେ ଖବର ପାଇ ଟାଙ୍ଗୀ ଥାନାରେ ପହଞ୍ଚିଥିଲେ। ଝିଅକୁ ମାରି ଦିଆଯାଇଥିବା  ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos