ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚମ୍ପାଙ୍କ ଚିଠି ପରେ ଚେଇଁଲା ପ୍ରଶାସନ

ମାଲକାନଗିରି (ଜିତେନ୍ଦ୍ର ବେଉରା):  ଅଜଣା ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ମାଲକାନଗିରି ଜିଲ୍ଲାର ଯୁବତୀ ଚମ୍ପା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆକୁଳ ନିବେଦନ କରିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଦୀର୍ଘ ବର୍ଷ ହେଲା ଯୁବତୀଙ୍କ କଷ୍ଟ ଉପରେ ପ୍ରଶାସନର ନଜର ପଡ଼ୁ ନ ଥିଲା। ହେଲେ ଗଣମାଧ୍ୟମରେ ଆଜି ଏ ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଯୁବତୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟଗ୍ର ହୋଇଉଠିଛି ଜିଲ୍ଲା […]

mkl-1.2

mkl-1.2

Jyoshna Pradhan
  • Published: Friday, 18 October 2019
  • Updated: 18 October 2019, 04:20 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା):  ଅଜଣା ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ମାଲକାନଗିରି ଜିଲ୍ଲାର ଯୁବତୀ ଚମ୍ପା ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆକୁଳ ନିବେଦନ କରିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଦୀର୍ଘ ବର୍ଷ ହେଲା ଯୁବତୀଙ୍କ କଷ୍ଟ ଉପରେ ପ୍ରଶାସନର ନଜର ପଡ଼ୁ ନ ଥିଲା। ହେଲେ ଗଣମାଧ୍ୟମରେ ଆଜି ଏ ସମ୍ପର୍କିତ ଖବର ପ୍ରସାରିତ ହେବା ପରେ ଯୁବତୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟଗ୍ର ହୋଇଉଠିଛି ଜିଲ୍ଲା ପ୍ରଶାସନ। ମାଲକାନଗିରି ଜିଲ୍ଲାର ସର୍ଗିଗୁଡ଼ା ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ପୂରା ଘଟଣାଟି ଏହିପରି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ସର୍ଗିଗୁଡ଼ା ଗାଁର ଚମ୍ପା କାଲାକୁରା (୨୪) ଦୀର୍ଘ ୧୩ ବର୍ଷ ହେଲା ଅଜଣା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ  ଅଛନ୍ତି। ପରିବାର ଲୋକେ ବିଭିନ୍ନ ଆଡ଼େ ଚିକିତ୍ସା କରାଇବା ସତ୍ତ୍ୱେ ସୁଫଳ ମିଳୁନି। ଶେଷରେ ଯନ୍ତ୍ରଣା ଜର୍ଜରିତ ଜୀବନରୁ ମୁକ୍ତି ପାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପାଇଁ ଆକୁଳ ନିବେଦନ କରିଥିଲେ।

ଚମ୍ପା ଜନ୍ମରୁ ସୁସ୍ଥ ଥିଲେ। ସବୁ ଠିକ୍‌ଠାକ୍‌ ଥିଲା। ସାଙ୍ଗସାଥୀଙ୍କ ସହ ଖେଳକୁଦ ଓ ପାଠପଢ଼ା ମଧ୍ୟରେ ସ୍ୱାଭାବିକ ଥିଲା ତାଙ୍କ ଜୀବନ। ହେଲେ ଦଇବ ସାଧିଲା ଦାଉ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ହଠାତ୍‌ ତାଙ୍କ ହାତ ଓ ଗୋଡ଼ ଝିମା ମାରିଥିଲା। ଏହାପରଠାରୁ ସେ ଶଯ୍ୟାଶାୟୀ ହୋଇଗଲେ।

ପରିବାର ଲୋକେ ଝିଅର ଏ ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲେ। ଯାହା କିଛି ଜମିବାଡ଼ି ଥିଲା ବିକି ତାଙ୍କ ଚିକିତ୍ସା କରାଇଲେ। ଡାକ୍ତରୀ ଚିକିତ୍ସାରେ ଝିଅ ଭଲ ନ ହେବାରୁ ଦେଶୀ ଚିକିତ୍ସା ମଧ୍ୟ କରାଇଲେ। ହେଲେ ସେଥିରୁ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ଚମ୍ପା ଶୋଇବା, ଖାଇବା, ଗାଧୋଇବା ଓ ଶୌଚ ହେବା ଭଳି ସବୁ କାମ ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ୧୩ ବର୍ଷ ହେବ ଅଜଣା ରୋଗର କଷ୍ଟ ସହି ଆସିଥିବା ଚମ୍ପାଙ୍କ ଲାଗି ଏବେ ଏହା ଅସହ୍ୟ ହେବାରେ ଲାଗିଛି। ସେଥିପାଇଁ ସେ ଇଚ୍ଛାମୃତ୍ୟୁ ଲୋଡି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଇଚ୍ଛାମୃତ୍ୟୁ ଲାଗି ଅନୁମତି ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ଚମ୍ପାଙ୍କ ବାପା ନରସିଙ୍ଗ କାଳକୁରା କହିଛନ୍ତି, “ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ରୋଗ ବାହାରିଲା। ଆମ ସାହି ପଡ଼ିଶା କହିଲେ ଗଣ୍ଠିବାତ ହୋଇଛି। ତେଣୁ ଆମେ ଦେଶୀ ଚିକିତ୍ସା କଲୁ। ଡାକ୍ତରଖାନା ବି ନେଇଥିଲୁ। ହେଲେ କିଛି ଲାଭ ହେଲା ନାହିଁ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos