ଜାଲ ହିତାଧିକାରୀ ଧରିବ ଆଧାର: ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା କେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ଆଧାର ଧରିବ ନକଲି ହିତାଧିକାରୀ। ମଧୁବାବୁ ପେନ୍‌ସନ୍‌ ଯୋଜନା ହେଉ ବା ମମତା ଯୋଜନା ସବୁ ସରକାରୀ ଯୋଜନାରେ ଏଣିକି ବାଧ୍ୟତାମୂଳକ ହେବ ଆଧାର ସଂଯୋଗ। ବିଭିନ୍ନ ଜନହିତକର ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ଅର୍ଥ ବିଭାଗ ଅନ୍ୟ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ […]

aadhar-link-with-government-scheams

Manoranjan Sial
  • Published: Sunday, 08 December 2019
  • , Updated: 08 December 2019, 08:21 PM IST

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ଆଧାର ଧରିବ ନକଲି ହିତାଧିକାରୀ। ମଧୁବାବୁ ପେନ୍‌ସନ୍‌ ଯୋଜନା ହେଉ ବା ମମତା ଯୋଜନା ସବୁ ସରକାରୀ ଯୋଜନାରେ ଏଣିକି ବାଧ୍ୟତାମୂଳକ ହେବ ଆଧାର ସଂଯୋଗ। ବିଭିନ୍ନ ଜନହିତକର ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ଅର୍ଥ ବିଭାଗ ଅନ୍ୟ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉଛି, ତାକୁ ଚିହ୍ନଟ କରି ଆଧାର ଲିଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ।

ରାଜ୍ୟ ସରକାର ଏବେ ୪୪ଟି ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ୧୦ରୁ ଅଧିକ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉଛି। ତେବେ ନିକଟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ ହେଉ ହେଉ ୧୯ ଲକ୍ଷ ଜାଲ ହିତାଧିକାରୀ ଧରାପଡ଼ିଛନ୍ତି। ସେପଟେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଆଧାର ସଂଯୋଗ ପାଇଁ ୨୦୧୬ରୁ କେନ୍ଦ୍ର ଚିଠି ଲେଖିଥିଲେ ମଧ୍ୟ ଏଯାଏଁ ମଧୁବାବୁ ପେନସନ ଯୋଜନାରେ ଆଧାର ଲିଙ୍କ ସଂପୂର୍ଣ ହୋଇନି। ତେଣେ ଅନେକ ଯୋଜନାରେ ଦଳୀୟ କର୍ମୀଙ୍କୁ ଫାଇଦା ଦେଉଥିବାରୁ ରାଜ୍ୟ ସରକାର ଜାଣିଶୁଣି ଆଧାର ଲିଙ୍କ କରୁନଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି-“ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଧାର ସଂଯୋଗ ହୋଇଥିଲେ ବହୁ କେଳେଙ୍କାରୀ ଧରା ପଡ଼ିଥାଆନ୍ତା। ସେଥିପାଇଁ ରାଜ୍ୟ ସରକାର ଜାଣିସୁଣି ଜନହିତକର ଯୋଜନାରେ ଆଧାର ଲିଙ୍କ କରୁନାହାନ୍ତି।”

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି-“ଜନହିତକର ଯୋଜନାରେ ଆଧାର ସଂଯୋଗ ହୋଇଗଲେ ରାଜ୍ୟ ସରକାରଙ୍କ ମୁଖା ଖୋଲିଯିବ। ସେ କେତେ ମିଛ କହୁଥିଲେ, ତାହା ସମସ୍ତେ ଜାଣିନେବେ।”

୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ଜନହିତକର ଯୋଜନା ସହ ଆଧାର ସଂଯୋଗ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ତେଣୁ ରାଜ୍ୟରେ ମଧ୍ୟ ଆଧାର ସଂଯୋଗରେ ଅସୁବିଧାହେବନି ବୋଲି ବିଜେଡି କହିଛି। ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଉଜ୍ଜ୍ୱାଳା ଯୋଜନାରେ ପୂର୍ବରୁ କାହିଁକି ଆଧାର ସଂଯୋଗ ହେଉନଥିଲା ବୋଲି ଦଳ ପ୍ରଶ୍ନ କରିଛି ବିଜେଡି ମୁଖପାତ୍ର ପ୍ରତାପ ଦେବ।

 

Related story