ପାଠକ ବାପ ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଅଭୟକାନ୍ତ ଓ ଆକାଶଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଛି। କିଛି ଦିନ ତଳେ ଅର୍ଥାତ୍ ଫେବୃଆରୀ […]

abhya-pathak

abhya-pathak

Ranjit Kumar Jena
  • Published: Monday, 01 March 2021
  • Updated: 01 March 2021, 03:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ୍ ମିଳିଛି। ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଅଭୟକାନ୍ତ ଓ ଆକାଶଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ୍ ମିଳିଛି।

କିଛି ଦିନ ତଳେ ଅର୍ଥାତ୍ ଫେବୃଆରୀ ୨୪ ତାରିଖରେ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ପାଠକ ବାପ ପୁଅଙ୍କୁ ଜାମିନ୍ ମିଳିଯାଇଛି।

ଏହା ପୂର୍ବରୁ ଜାନୁଆରୀ ୨୭ ତାରିଖରେ ପାଠକ ବାପ-ପୁଅଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ଦେଇଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଥିଲେ। ତେବେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦେଇନପାରିବାରୁ ଜାମିନ ମିଳିଥିଲା। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ମାମଲା ବଳବତ୍ତର ରହିଥିଲା।

ସୂଚନାଯୋଗ୍ୟ, ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଥିଲା। ଏପରିକି ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍, ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି। ସେ ମଧ୍ୟ ଭଡ଼ାରେ ବହୁ ମୂଲ୍ୟବାନ ଗାଡ଼ି ଆଣିଥିବା ଜଣାପଡ଼ିଥିଲା। ପୁଣେ ଘର ଯାଂଚବେଳେ ସେଠାରେ ଭଡ଼ାରେ ଆସିଥିବା ୨ଟି ମର୍ସିଡିଜ୍ କାର ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। କାର ଭଡ଼ା ବାବଦରେ ସେ ୨୫ ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ଭିଜିଲାନ୍ସ ଜବତ କରିଥିଲା।

ଅଭୟ ଓ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଂଚବେଳେ ନଗଦ ୬୦ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍‌ଟ୍ରାନିକ୍ସ ସାମଗ୍ରୀ ମିଳିଥିଲା। ୮୦୦ଗ୍ରାମର ସୁନା ଅଳଙ୍କାର ମିଳିଥିବାବେଳେ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ବି ମିଳିଛି। ପୁଣେ, ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ,ହଂକଂ, ୟୁକେ,ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos