ସତ୍ୟପାଠ ଦାଖଲ କଲେ ଅଭିଜିତ୍ ଆୟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି,“ଅଭିଜିତ୍‌ ଆୟରଙ୍କ ସତ୍ୟପାଠକୁ ତର୍ଜମା କରାଯିବ। ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ଅଭିଜିତ୍‌ଙ୍କୁ ପୁଣି ଡକାଯିବ।” ସେ କହିଛନ୍ତି,“ବିଧାନସଭାର ନିର୍ଦ୍ଦେଶ ଅନୁଯାୟୀ ଗୃହ ଯେଉଁ ଦିନ ବସିବ ସେଦିନ ରିପୋର୍ଟ ପ୍ରଦାନ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ଗୃହ କମିଟି ବୈଠକ ବସିବ।” […]

abhijit

abhijit

Jitendra Garnayak
  • Published: Saturday, 03 November 2018
  • Updated: 03 November 2018, 01:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।

ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି,“ଅଭିଜିତ୍‌ ଆୟରଙ୍କ ସତ୍ୟପାଠକୁ ତର୍ଜମା କରାଯିବ। ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ଅଭିଜିତ୍‌ଙ୍କୁ ପୁଣି ଡକାଯିବ।”

ସେ କହିଛନ୍ତି,“ବିଧାନସଭାର ନିର୍ଦ୍ଦେଶ ଅନୁଯାୟୀ ଗୃହ ଯେଉଁ ଦିନ ବସିବ ସେଦିନ ରିପୋର୍ଟ ପ୍ରଦାନ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ଗୃହ କମିଟି ବୈଠକ ବସିବ।”

ଗତକାଲି ଅଭିଜିତ୍‌ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ତାଙ୍କୁ ଆଜି ଦିନ ୧୧ଟାରେ ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କୁହାଯାଇଥିଲା।

ସୂଚନାଯୋଗ୍ୟ, ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତ୍ ଗତ ମାସ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହୋଇଥିଲେ। ଏଥିସହ ସେ ତାଙ୍କ ବୟାନ ରଖିବା ସହ କ୍ଷମା ମାଗିଥିଲେ। ତେବେ ସେ ଦେଇଥିବା ବୟାନକୁ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲା। ଗିରଫ ହୋଇଥିବା ଅଭିଜିତ୍ ଏବେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି। ସେ ଓଡ଼ିଶାର କଳା, ସଂସ୍କୃତିକୁ ନେଇ ବି ଅରୁଚିକର ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos