ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଶହୀଦ ନଗର ଥାନାରେ ଦାୟର ହୋଇଥିବା ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଜିତଙ୍କ ଗିରଫଦାରି ନେଇ କମିଶନରେଟ୍ ପୁଲିସ ଏସିପି ସ୍ପଷ୍ଟ କରିଛନ୍ତି।
ଅଭିଜିତ୍ ଆଜି ଶହୀଦନଗର ଥାନାରେ ହାଜର ହୋଇଥିଲେ। ପୁଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଘନ ଘନ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଗିରଫ କରାଯିବା ପରେ ଆୟରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କୁ ପ୍ରଥମେ ଶହୀଦ ନଗର ଥାନାକୁ ଅଣାଯାଇଛି। ତାଙ୍କର କାଗଜପତ୍ର ଯାଞ୍ଚ ପରେ କୋର୍ଟ ଚାଲାଣ କରାଯିବ।
ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ପୁଣିଥରେ କ୍ଷମା ପ୍ରାର୍ଥନା କରିଥିଲେ ଅଭିଜିତ। ଗୃହ କମିଟି ଆଜି ତାଙ୍କର ବୟାନ ରେକର୍ଡ କରିଛି ଓ ତାଙ୍କୁ ପୁଣିଥରେ ନଭେମ୍ବର ୨ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Politics
ରୁବେନଙ୍କ ବହିକୁ ବିଜେଡିର ପ୍ରତ୍ୟାଖ୍ୟାନ; କାଉଣ୍ଟର କଲା ବିଜେପି
କେବଳ ଚା ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ସବୁ ବହିରେ ରୁବେନ ଲେଖିଛନ୍ତି ବୋଲି କହିଲେ ଅରୁଣ। ବିଜେଡି ନେତା ସତ୍ୟକୁ ଗ୍ରହଣ କରିବା ଶିଖନ୍ତୁ କହିଲା ବିଜେପି।
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।