ଅବିଭକ୍ତ କୋରାପୁଟର ଲ୍ୟାମ୍ପସରେ ବେଆଇନ ନିଯୁକ୍ତି ଅଭିଯୋଗର ତଦନ୍ତ ଆରମ୍ଭ

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଥିବା ୫୫ଟି ଲ୍ୟାମ୍ପସରେ ବେଆଇନ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ କରାଯାଇଛି । ମଙ୍ଗଳବାର ଭୁବନେଶ୍ୱର କୋଅପରେଟିଭ ସୋସାଇଟର ଯୁଗ୍ମ ରେଜିଷ୍ଟାର ବଳଭଦ୍ର ପାତ୍ର କୋରାପୁଟ ଏଆରସିଏସ କାର୍ଯ୍ୟାଳୟରେ ପହଞ୍ଚି ଏହି ବେଆଇନ ନିଯୁକ୍ତି ଅଭିଯୋଗର ତଦନ୍ତ କରିଛନ୍ତି । ଏହି ସମୟରେ ଉକ୍ତ ଲ୍ୟାମ୍ପସର ଏମଡିମାନେ ଉପସ୍ଥିତ ରହି ନିଯୁକ୍ତି ସମ୍ବନ୍ଧିୟ କାଗଜପତ୍ର ଦେଖାଇଥିଲେ । […]

koraput

Rakesh Mallick
  • Published: Wednesday, 05 August 2015
  • , Updated: 05 August 2015, 05:58 AM IST

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଥିବା ୫୫ଟି ଲ୍ୟାମ୍ପସରେ ବେଆଇନ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ କରାଯାଇଛି । ମଙ୍ଗଳବାର ଭୁବନେଶ୍ୱର କୋଅପରେଟିଭ ସୋସାଇଟର ଯୁଗ୍ମ ରେଜିଷ୍ଟାର ବଳଭଦ୍ର ପାତ୍ର କୋରାପୁଟ ଏଆରସିଏସ କାର୍ଯ୍ୟାଳୟରେ ପହଞ୍ଚି ଏହି ବେଆଇନ ନିଯୁକ୍ତି ଅଭିଯୋଗର ତଦନ୍ତ କରିଛନ୍ତି । ଏହି ସମୟରେ ଉକ୍ତ ଲ୍ୟାମ୍ପସର ଏମଡିମାନେ ଉପସ୍ଥିତ ରହି ନିଯୁକ୍ତି ସମ୍ବନ୍ଧିୟ କାଗଜପତ୍ର ଦେଖାଇଥିଲେ । ତେବେ ଲ୍ୟାମ୍ପସ କର୍ତ୍ତପକ୍ଷ ତଦନ୍ତକାରୀ ଅଧିକାରୀଙ୍କୁ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନ ଥିଲେ । ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ତଦନ୍ତକାରୀ ଅଧିକାରୀ ପାତ୍ର କହିଛନ୍ତି । ତଦନ୍ତ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟ, ଅବିଭକ୍ତ କୋରାପୁଟରେ ଥିବା ୫୫ଟି ଲ୍ୟାମ୍ପସରେ ୨୦୧୧ରୁ ବିଭିନ୍ନ ସମୟରେ ବ୍ରାଞ୍ଚ ଇନଚାର୍ଜ, କାଉଣ୍ଟର ଇନଚାର୍ଜ, କମ୍ପ୍ୟୁଟର ଅପରେଟର ଆଦି ପଦବୀରେ ୨୦୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏହି ନିଯୁକ୍ତି ବେଆଇନ ଭାବେ କରାଯାଇଥିବା ନେଇ ଡୁମୁରିପୁଟର କର୍ପୁର ହନ୍ତାଳ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅନ୍ୟପକ୍ଷେ ନିଯୁକ୍ତି ପାଇଥିବା ଯୁବକଯୁବତୀମାନଙକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆନ୍ଧଳନ କରାଯିବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ଅବିଭକ୍ତ କୋରାପୁଟ ଜିଲ୍ଲା ଲ୍ୟାମ୍ପସ କର୍ମଚାରୀ ସଂଘ ସଭାପତି ରମାକାନ୍ତ ରାଉଳ କହିଛନ୍ତି ।

Related story