ଦୁର୍ଘଟଣାରେ ଚାଲିଗଲା ଜୀବନ, ପୁଲିସ ଗାଡ଼ି ଧକ୍କା ଦେଇଥିବା ଅଭିଯୋଗ

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଜଡ଼ିଚାତର ନିକଟରେ ଆଜି ଏକ ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ସ୍ଥାନୀୟ ଗାଡ଼ିମୁର ସୁଆଁ ଗାଁର ବସନ୍ତ ବାରିକ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି, ପୁଲିସ ଗାଡ଼ି ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଓ ମୃତକଙ୍କ ପରିବାର ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ […]

road-block

  • Published: Monday, 25 July 2022
  • , Updated: 25 July 2022, 08:37 PM IST

କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଜଡ଼ିଚାତର ନିକଟରେ ଆଜି ଏକ ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ସ୍ଥାନୀୟ ଗାଡ଼ିମୁର ସୁଆଁ ଗାଁର ବସନ୍ତ ବାରିକ ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି, ପୁଲିସ ଗାଡ଼ି ବୋଲି ଅଭିଯୋଗ କରି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ଓ ମୃତକଙ୍କ ପରିବାର ଲୋକଙ୍କୁ ଉଚିତ୍ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ପୁଲିସ ପକ୍ଷରୁ ବହୁ ବୁଝାସୁଝା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିଥିଲେ।

ସଦର ଥାନା ଆଇଆଇସି ସୁନୀଲ କର କହିଛନ୍ତି, ଦୁର୍ଘଟଣା ଘଟାଇଥିବା ଗାଡ଼ି ସହ ଡ୍ରାଇଭର ଆତ୍ମସମର୍ପଣ କରିଛି। ତେବେ ଏହା ଏକ ଘରୋଇ ଗାଡ଼ି। ପୁଲିସ ଗାଡ଼ି ନୁହେଁ। ଘଟଣାର ଅଧିକ ତଦନ୍ତ କରାଯିବ। ପ୍ରଶାସନ ପକ୍ଷରୁ ମଧ୍ୟ ମୃତ ପରିବାର ଲୋକଙ୍କୁ ଉଚିତ୍ ସହାୟତା ଯୋଗାଇ ଦିଆଯିବ।

ମୃତକଙ୍କ ସାନ ଭାଇ ରକ୍ଷାକର ବାରିକ ଓ ଭଣଜା ସନ୍ତୋଷ ବାରିକ ଅଭିଯୋଗ କରିଛନ୍ତି ଯେ ଆଜି ଦିନ ୧୧ଟା ବେଳେ ଏହି ଘଟଣା ଘଟିଛି। ଦୁର୍ଘଟଣା ଘଟିବା ପରେ ଏଠାରେ ଦୋକାନ କରିଥିବା ଜଣେ ଲୋକଙ୍କ ସହାୟତାରେ ପୁଲିସ ନିଜ ଗାଡ଼ିରେ ବସନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ନାଲି ବତି ଲାଗିଥିବା ଏକ ଗାଡ଼ି ଏଭଳି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଉକ୍ତ ପୁଲିସ ଗାଡ଼ି ଓ ଗାଡ଼ିରେ ଥିବା ଲୋକଙ୍କୁ ଧରିବାକୁ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଆତ୍ମସମର୍ପଣ କରିଥିବା ଗାଡ଼ିଟିର ଫଟୋ ଉଠାଇବାକୁ ଗଣମାଧ୍ୟମକୁ ବାରଣ କରାଯାଇଥିଲା, ଯାହାକି ଲୋକଙ୍କ ଅଭିଯୋଗକୁ ଅଧିକ ଦୃଢ଼ିଭୂତ କରିଛି।

Related story