ଗାଁ ଦାଣ୍ଡରେ ଯୁବକଙ୍କ ଉପରେ ଏସିଡ୍‌ ମାଡ଼

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ତା ଗାଁର ଜଣେ ଯୁବକଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ଏସିଡ୍‌ ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଆଜି ସନ୍ଧ୍ୟା ବେଳେ ବଙ୍ଗାମୁଣ୍ଡା ଗାଁର ଯୁବକ ଆଲୋକ ସାହୁ(୨୨) ଧାନ ମଣ୍ତି ପାଖରେ ଠିଆ ହୋଇଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଗାଁ ଲୋକଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା। ଠିକ୍‌ ଏତିକି […]

asid-attack

asid-attack

Manoranjan Sial
  • Published: Thursday, 07 November 2019
  • Updated: 07 November 2019, 10:20 PM IST

Sports

Latest News

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା ଲଖନା ଥାନା ବଙ୍ଗାମୁଣ୍ତା ଗାଁର ଜଣେ ଯୁବକଙ୍କ ଉପରେ ଏସିଡ୍ ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ଏସିଡ୍‌ ମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଆଜି ସନ୍ଧ୍ୟା ବେଳେ ବଙ୍ଗାମୁଣ୍ଡା ଗାଁର ଯୁବକ ଆଲୋକ ସାହୁ(୨୨) ଧାନ ମଣ୍ତି ପାଖରେ ଠିଆ ହୋଇଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଗାଁ ଲୋକଙ୍କ ସହିତ ଯୁକ୍ତି ତର୍କ ହୋଇଥିଲା। ଠିକ୍‌ ଏତିକି ବେଳେ ତାଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏନେଇ ପୁଲିସ ମୁହଁ ଖୋଲୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos