ରିଙ୍କିଙ୍କ ଆଖିର ଲୁହ ପୋଛି ଦେଲେ ସବ୍ୟସାଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରେ ଫସିଥିବା ଲୋକଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର। କେବଳ ରିଲ୍‌ ନୁହେଁ ରିଏଲ ଲାଇଫ୍‌ରେ ଲୋକଙ୍କ ପାଇଁ ହିରୋ ସାଜି ସଭିଙ୍କ ହୃଦୟ ଜିତିନେଇଛନ୍ତି ଏହି ଷ୍ଟାର। ମହାମାରୀ ସମୟରେ ମାନବିକତା ଦେଖାଇ ମହାନତାର ପରିଚୟ ଦେଇଛନ୍ତି ସବ୍ୟସାଚୀ। ଆଗରୁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ନିଜ ଭିଟାମାଟିକୁ ଫେରେଇ ଆଣଇବା ପାଇଁ ସାହାଯ୍ୟ ସହଯୋଗ ବଢ଼ାଇଥିବା ସବ୍ୟସାଚୀ ଏବେ ଅଭିନେତ୍ରୀ ରିଙ୍କିଙ୍କ ପ୍ରତି ପ୍ରତି ସହାନଭୁତି […]

sabyasachi-1

sabyasachi-1

Tapas Behera
  • Published: Saturday, 25 July 2020
  • Updated: 25 July 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରେ ଫସିଥିବା ଲୋକଙ୍କ ପାଇଁ ସଙ୍କଟମୋଚକ ସାଜିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର। କେବଳ ରିଲ୍‌ ନୁହେଁ ରିଏଲ ଲାଇଫ୍‌ରେ ଲୋକଙ୍କ ପାଇଁ ହିରୋ ସାଜି ସଭିଙ୍କ ହୃଦୟ ଜିତିନେଇଛନ୍ତି ଏହି ଷ୍ଟାର। ମହାମାରୀ ସମୟରେ ମାନବିକତା ଦେଖାଇ ମହାନତାର ପରିଚୟ ଦେଇଛନ୍ତି ସବ୍ୟସାଚୀ। ଆଗରୁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ନିଜ ଭିଟାମାଟିକୁ ଫେରେଇ ଆଣଇବା ପାଇଁ ସାହାଯ୍ୟ ସହଯୋଗ ବଢ଼ାଇଥିବା ସବ୍ୟସାଚୀ ଏବେ ଅଭିନେତ୍ରୀ ରିଙ୍କିଙ୍କ ପ୍ରତି ପ୍ରତି ସହାନଭୁତି ଦେଖାଇଛନ୍ତି। କରୋନା ଯୋଗୁ କାମ ନଥିବାରୁ ଦୁର୍ଦ୍ଦିନରେ ଗତି କରୁଥିବା ଆଲବମ ଅଭିନେତ୍ରୀ ରିଙ୍କିଙ୍କୁ ଆର୍ଥିକ ସହାୟତା କରିଛନ୍ତି ସବ୍ୟସାଚୀ। ଏନେଇ ସବ୍ୟସାଚୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ରିଙ୍କିଙ୍କ ସହ ନିଜ ଅଭିନୟ ବେଳର କଥାକୁ ପୋଷ୍ଟ କରି ତାଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟମାନଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ଯେ, ରିଙ୍କି ମୋ କ୍ୟାରିଅର ଆରମ୍ଭ ସମୟରେ ଗୋଟେ ଆଲବମ୍ ଗୀତରେ ମୋର ହିରୋଇନ୍ ଥିଲେ। ବର୍ତ୍ତମାନ ଯାତ୍ରା ଜଗତର ପାର୍ଶ୍ଵ ଅଭିନେତ୍ରୀ ଭାବେ କାମ କରୁଛନ୍ତି। ସମସ୍ତଙ୍କ ପରି ତାଙ୍କ ଜୀବନ ମଧ୍ୟ ଲକ୍ ଡାଉନ୍ ପରେ ବଦଳି ଯାଇଛି।

https://twitter.com/sabyaactor/status/1286312142052843523?s=20

ମା’ଙ୍କ ପାରାଲିଶିସ୍,ବାପାଙ୍କ ହାତ କଟିଯାଇଥିବା ପରର ଖର୍ଚ୍ଚ, ଔଷଧ, ଘର ଭଡ଼ା ଏମିତି ଅନେକ ଦୁଃଖ ତାଙ୍କ ଉପରେ ପଡ଼ିଛି। କିନ୍ତୁ ସେ ହାର ମାନିନାହାନ୍ତି। ଫଳ ଓ ପରିବା ଦୋକାନ କରି ଚେଷ୍ଟା କରୁଛନ୍ତି । ମୁଁ ତାଙ୍କ କଷ୍ଟ ଆଉ ସାହସକୁ ସମ୍ମାନ ଜଣେଇ ମୋର ସାହାଯ୍ୟର ହାତ ବଢ଼େଇଲି। କିଛି ସାମ୍ବାଦିକ ବନ୍ଧୁଙ୍କୁ ତାଙ୍କ କଥା ଜଣାଇଛି। ଆଶା କରୁଛି, ରିଙ୍କି ଓ ତାଙ୍କ ଭଳି ଅନେକ କଳାକାର ବନ୍ଧୁ, ଯେଉଁମାନେ ନିଜ ସ୍ୱାଭିମାନ ପଛରେ କଷ୍ଟରେ ଅଛନ୍ତି, ତାଙ୍କୁ କିଛି ସାହାଯ୍ୟ ମିଳିବ।

ସବ୍ୟସାଚୀଙ୍କ ଏହି ଟ୍ୱିଟ୍‌ରେ ଅନେକ ରିଟ୍ୱଟ୍‌ କରି ପ୍ରତିକ୍ରିୟା ରଖିଛନ୍ତି। ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।  ସୁଭ୍ର ଅରବିନ୍ଦ ମହାନ୍ତି ଲେଖିଛନ୍ତି ଯେ, ସବ୍ୟସାଚୀଙ୍କୁ ସାଧୁବାଦ ଏବଂ ଅଶେଷ ଆଶୀର୍ବାଦ। ଭିଡିଓ ଦେଖି ଆଖି ରେ ଲୁହ ଆସିଗଲା। ଯେତେବେଳେ ଆମ ଓଡ଼ିଆ ଭାଇ ଭଉଣୀ ମନେ ଖାଇବାକୁ ପାଉନାହାନ୍ତି, ସେତେବେଳେ କିଛି ଲୋକ ନିଜ ପାଇଁ luxury items କିଣିବା ଏକ ଘୃଣ୍ୟ ବିଷୟ। ମୋର ନିବେଦନ ଗୋଟିଏ public fund ହେଉ ମୁଁ ଓ ମୋ ଚିହ୍ନା ଜଣାରେ ଆଗ ସାହାଯ୍ୟ କରିବୁ।

କେପି ଲେଖିଛନ୍ତି ଯେ, ଭାଇ ଆପଣଙ୍କ ଭଳି ଯଦି ସମସ୍ତେ ଭାବନ୍ତେ ତାହାଲେ ସୁନାର ଭାରତ ବହୁତ ଶୀଘ୍ର ଫେରିଆସନ୍ତା l ଆଉ ମାନବ ସେବା ହିଁ ମାଧବ ସେବା, ଏହି ଧର୍ମରେ ସମସ୍ତେ ଦୀକ୍ଷିତ ହେବା ଦରକାର l ଆପଣ ବାଛି ଥିବା ପଥରେ ସମସ୍ତେ ଚାଲିବା ଦରକାର l

ରିତେଶ କୁମାର ରାଉତରାୟ କହିଛନ୍ତି ଯେ, ସବ୍ୟସାଚୀ ଭଗବାନ ତୁମକୁ ଧର୍ଯ୍ୟ, ଇଛା ଓ ସାହସ ଦିଅନ୍ତୁ। ବହୁତ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥାଏ, କିନ୍ତୁ ଦାନ, ଧର୍ମ, ଗରିବ ଖଟିକିଆ ଙ୍କର ସେବା କେବେ କରିବା ତାଙ୍କ ପାଖରେ ଅସମ୍ଭବ ହୁଏ। କାରଣ ତାଙ୍କର ଏଭଳି କାମରେ ଇଚ୍ଛା ନଥାଏ।

ସେମିତି ଅନ୍ୟ ଜଣେ ୟୁଜର ମନୋଜ କୁମାର ବେହେରା ଲେଖିଛନ୍ତି ଯେ,ସମୟ ବେଳେ ବେଳେ କାହାକୁ କେଉଁଠି ପହଞ୍ଚାଏ ବୁଝିବା ବହୁତ କଷ୍ଟ । ଭିଡ଼ିଓ ଦେଖିକି ବହୁତ ଦୁଃଖ ଲାଗିଲା ଏବଂ ଆପଣ ସାହାଯ୍ୟ ର ହାତ ବଢ଼େଇଛନ୍ତି ନିଶ୍ଚିତ ତାଙ୍କ ଅସୁବିଧା ଦୂର ହେଇଯିବ, ଠାକୁରଙ୍କ ପାଖରେ ପ୍ରାର୍ଥନା ତାଙ୍କ ସମସ୍ୟା ଜଲଦି ଠିକ୍ ହୋଇ ଯାଉ । ଜୟ ଜଗନ୍ନାଥ। ଇତିସ୍ମିତା ଲେଖିଛନ୍ତି ଯେ, ଓଡିଶା ରେ ଆହୁରି ବହୁତ୍ ଲୋକ ଆପଣଙ୍କ ଠୁ କିଛି ଶିଖିବା ଦରକାର। ବିନା ସ୍ୱାର୍ଥ ରେ ସାହାଯ୍ୟ କରିବା ବହୁତ୍ ଭଲ କଥା। ଆଉ ଲୋକ ବି ଏମିତି କଲେ ବହୁତ୍ ଭଲ ହେବ।

ଆଲବମ ଓ ଯାତ୍ରା ଜଗତର ଚର୍ଚ୍ଚିତ ନାୟିକା ରିଙ୍କି ଓରଫ୍ ପ୍ରତିଭା ମହାରଣାଙ୍କ ଅଭିନୟ ଦର୍ଶକଙ୍କୁ କିମିଆଁ କରୁଥିଲା। କିନ୍ତୁ ଏବେ କରୋନା ସବୁ କିଛି ବଦଳେଇ ଦେଇଛି। ପାଖରେ କାମ ନଥିବାରୁ ପେଟ ପୋଷିବା ପାଇଁ ସେ ଏବେ ରାସ୍ତାକଡ଼ରେ ଫଳ ବିକୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos