ମାଓ ହିଂସାକୁ ବିରୋଧ କରି ମରାଗଲା ପୋଷ୍ଟର
- Published: Thursday, 21 December 2017
- , Updated: 21 December 2017, 09:53 AM IST
<p>ମାଲକାନଗିରି: ମାଓ ହିଂସାକୁ ବିରୋଧ କରି ମାଲକାନଗିରି ଜିଲ୍ଲା କାଲିମେଳା ଓ ବଣ୍ଡାଘାଟି ଅଞ୍ଚଳରେ ପୋଷ୍ଟର ମରାଯାଇଛି। ଆଦିବାସୀ ଏକତା ମଞ୍ଚ ନାଁରେ ଏହି ପୋଷ୍ଟର ମରାଯାଇଛି। ମାଓବାଦୀମାନେ ବିକାଶ କାମକୁ ବିରୋଧ କରିବା ସହ ପୋଲିସ ଇନଫର୍ମର ନାଁରେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବାରୁ ପୋଷ୍ଟରରେ ପ୍ରତିବାଦ କରାଯାଇଛି।</p>
<p>ଗତ ଦୁଇ ଦିନ ଭିତରେ ମାଲକାନିଗିରି ଜିଲ୍ଲାରେ ୨ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଏହାସହିତ ବଣ୍ଡାଘାଟିର ଥଣ୍ଡାହାଲରେ ରାସ୍ତା କାମରେ ନିୟୋଜିତ ଥିବା ୪ଟି ଟ୍ରାକ୍ଟର,ଗୋଟିଏ ଜେସିବି, ଗୋଟିଏ ପ୍ରୋକଲିନ୍, ଗୋଟିଏ ଟିପର ଓ ଗୋଟିଏ ରୋଲ୍‌ର ସହ କ୍ୟାମର ଭଳି ଅନେକ ସାମଗ୍ରୀରେ ନିଆଁ ଲଗାଇ ଦେଇଥିଲେ।</p>