ଜଗା ପାଇଁ ଥିଲା ପଥର, ଲୁଟ୍ କରି ଧରାପଡ଼ିଗଲେ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପାଇଁଉଦ୍ଦିଷ୍ଟ ପଥର ଖଣିରୁ ଲୁଟ୍ ବେଳେ ଚଢ଼ାଉ। ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ। ଖୋର୍ଦ୍ଧା ଜଙ୍କିଆ ଥାନା ହାଡ଼ପଦାରେ ଥିବା ସଂରକ୍ଷିତ ବଉଳମାଳା ପଥର ଖଣିରୁ ବେଧଡ଼କ୍ ପଥର ଚୋରି ନେଇ ପୁଲିସ ଖବର ପାଇଥିଲା। ଏହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବେଆଇନଭାବେ ଚାଲୁଥିବା ୬ଟି ପଥର କଟିଂ ୟୁନିଟରୁ ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ ହୋଇଛି। ଶ୍ରୀମନ୍ଦିର […]

puri-7-750x430

puri-7-750x430

Tapas Behera
  • Published: Monday, 13 January 2020
  • Updated: 13 January 2020, 09:06 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପାଇଁଉଦ୍ଦିଷ୍ଟ ପଥର ଖଣିରୁ ଲୁଟ୍ ବେଳେ ଚଢ଼ାଉ। ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ। ଖୋର୍ଦ୍ଧା ଜଙ୍କିଆ ଥାନା ହାଡ଼ପଦାରେ ଥିବା ସଂରକ୍ଷିତ ବଉଳମାଳା ପଥର ଖଣିରୁ ବେଧଡ଼କ୍ ପଥର ଚୋରି ନେଇ ପୁଲିସ ଖବର ପାଇଥିଲା। ଏହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା।

ବେଆଇନଭାବେ ଚାଲୁଥିବା ୬ଟି ପଥର କଟିଂ ୟୁନିଟରୁ ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ ହୋଇଛି। ଶ୍ରୀମନ୍ଦିର ପାଇଁ ଆବଶ୍ୟକ ହେଉଥିବା ପଥରକୁ ଉତ୍ତୋଳନ କରି ଏଠାରୁ ରାଜ୍ୟ ବାହାର ଏପରିକି ବିଦେଶକୁ ମଧ୍ୟ ଚୋରା ଚାଲାଣ କରାଯାଉଥିଲା । ପ୍ରାୟ ଏହି ପଥରର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos