ୟୁଟ୍ୟୁବ୍‌ ଭିଡିଓ ଦେଖି ଓଏଏସ୍ ଟପ୍ପର ହେଲି: ଦେବାଶିଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିଥାଏ। ଯାହା ହାସଲ କରିଛନ୍ତି ଦେବାଶିଷ ପଣ୍ଡା। ଗତକାଲି ୨୦୧୮ର ପ୍ରକାଶ ପାଇଥିବା ଓଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା। ତେବେ ଏହି ଓଏଏସ୍‌ ପରୀକ୍ଷା ପାଇଁ ତାଙ୍କର କେମିତି ଥିଲା ପରିଶ୍ରମ ? ଆଉ ସଫଳତା ପଛର ରାଜ୍‌ କହିଛନ୍ତି ଦେବାଶିଷ୍‌। ମୁଖ୍ୟ କଥା ହେଉଛି ଏବେକାର ଜମାନା ଡିଜିଟାଲ ମିଡିଆ ଓ ଇଣ୍ଟରନେଟର ଯୁଗ ଚାଲିଥିବା ବେଳେ ସେ […]

6-908

6-908

Tapas Behera
  • Published: Tuesday, 07 January 2020
  • Updated: 07 January 2020, 04:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ମିଳିଥାଏ। ଯାହା ହାସଲ କରିଛନ୍ତି ଦେବାଶିଷ ପଣ୍ଡା। ଗତକାଲି ୨୦୧୮ର ପ୍ରକାଶ ପାଇଥିବା ଓଏସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା। ତେବେ ଏହି ଓଏଏସ୍‌ ପରୀକ୍ଷା ପାଇଁ ତାଙ୍କର କେମିତି ଥିଲା ପରିଶ୍ରମ ? ଆଉ ସଫଳତା ପଛର ରାଜ୍‌ କହିଛନ୍ତି ଦେବାଶିଷ୍‌। ମୁଖ୍ୟ କଥା ହେଉଛି ଏବେକାର ଜମାନା ଡିଜିଟାଲ ମିଡିଆ ଓ ଇଣ୍ଟରନେଟର ଯୁଗ ଚାଲିଥିବା ବେଳେ ସେ ଏହାର ସଦ୍‌ବିନିଯୋଗ କରି ଫାଇଦା ଉଠାଇପାରିଛନ୍ତି। ବିଶେଷ୍‌ କରି ଇଣ୍ଟରନେଟ୍‌ ଓ ୟୁଟ୍ୟୁବ୍‌ରେ ପରୀକ୍ଷା ସମ୍ବନ୍ଧିତ ଭିଡିଓ ଦେଖି ନିଜକୁ ପ୍ରସ୍ତୁତ କରିଥିଲେ। ସେ କହିଛନ୍ତି ଯେ, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି ।

ୟୁଟ୍ୟୁବର ଭିଡିଓ ଓ ଇଣ୍ଟରନେଟ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ଦେବାଶିଷ । ସେପଟେ ଓଏଏସ୍ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଥିବା ଆକାଶ ପଣ୍ଡା କହିଛନ୍ତି, ୨ ଥର ବିଫଳତା ପରେ ବର୍ତ୍ତମାନର ସଫଳତା ତାଙ୍କୁ ବହୁତ ଖୁସି ଦେଇଛି । ପରିବାର ଲୋକଙ୍କ ଉତ୍ସାହ ହିଁ ବିଫଳତାରୁ ଉଦ୍ଧାର କରିଥିଲା । ଶିକ୍ଷା ବିଭାଗରେ କାମ କରିବାକୁ ଆକାଶ ପଣ୍ଡା ଆଗ୍ରହୀ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ୨୦୧୮ରେ ଓଏଏସ୍ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୮ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ ଜଣ ମହିଳା ଅଛନ୍ତି । ସେହିଭଳି ଟପ୍ ୧୦ରେ ପୁଅମାନଙ୍କ ଅପେକ୍ଷା ୬ ଜଣ ଝିଅଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos