ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଉଚ୍ଛେଦ ହେଲେ ସମୟ ଓ ଅର୍ଥ ବଞ୍ଚିବ: ରାଜ୍ୟ ସରକାର

ଭୁବନେଶ୍ୱର: କାହିଁକି ଓଡିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେବା ଦରକାର ସେ ନେଇ ରାଜ୍ୟ ସରକାରଙ୍କ ଯୁକ୍ତି ବାଢିଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ ଟ୍ରିବ୍ୟୁନାଲ୍ ମେମ୍ୱରଙ୍କ ପାଇଁ ଦିନକୁ ହାରାହାରି ୯ଟି କେସ୍ ଆସୁଛି। ୨୦୧୪ ସୁଦ୍ଧା ୫୪ ହଜାର କେସ୍ ପେଣ୍ଡିଂ ହୋଇ ପଡି ରହିଲାଣି। ଟ୍ରିବୁନାଲ୍ ଉଚ୍ଛେଦ ହେଲେ ସମସ୍ତଙ୍କର ସମୟ ଓ ଅର୍ଥ ବଞ୍ଚିବ ବୋଲି ଯୁକ୍ତି ଦର୍ଶାଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ଯୁକ୍ତି ହେଲା […]

administrative tribunal

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 04:49 PM IST

ଭୁବନେଶ୍ୱର: କାହିଁକି ଓଡିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ୍ ଉଚ୍ଛେଦ ହେବା ଦରକାର ସେ ନେଇ ରାଜ୍ୟ ସରକାରଙ୍କ ଯୁକ୍ତି ବାଢିଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ ଟ୍ରିବ୍ୟୁନାଲ୍ ମେମ୍ୱରଙ୍କ ପାଇଁ ଦିନକୁ ହାରାହାରି ୯ଟି କେସ୍ ଆସୁଛି। ୨୦୧୪ ସୁଦ୍ଧା ୫୪ ହଜାର କେସ୍ ପେଣ୍ଡିଂ ହୋଇ ପଡି ରହିଲାଣି। ଟ୍ରିବୁନାଲ୍ ଉଚ୍ଛେଦ ହେଲେ ସମସ୍ତଙ୍କର ସମୟ ଓ ଅର୍ଥ ବଞ୍ଚିବ ବୋଲି ଯୁକ୍ତି ଦର୍ଶାଇଛନ୍ତି ରାଜ୍ୟ ସରକାର।

ସାଧାରଣ ପ୍ରଶାସନ ବିଭାଗର ଯୁକ୍ତି ହେଲା ଏଯାବତ୍ ୨୦୧୪ ଶେଷ ସୁଦ୍ଧା ଟ୍ରିବୁନାଲରେ ୫୪ ହଜାର ୩୩୪ କେସ୍ ପେଣ୍ଡିଂ ହୋଇ ପଡି ରହିଛି। ଚେୟାରମ୍ୟାନଙ୍କୁ ମିଶାଇ ଟ୍ରିବୁନାଲରେ ମୋଟ ୪ ଜଣ ସଦସ୍ୟ ଥିବାରୁ କେସ୍ ଫଏସଲା ପାଇଁ ଗୋଟିଏ କାର୍ଯ୍ୟ ଦିବସରେ ଜଣକ ପାଖରେ ହାରାହାରି ୯ଟି କେସ୍ ପଡୁଛି । ଯାହାକି ଜଣେ ସଦସ୍ୟଙ୍କ ପାଇଁ ଫଏସଲା କରିବା ଅସମ୍ଭବ ବ୍ୟାପାର। ୧୯୯୭ ଏଲ୍. ଚନ୍ଦ୍ରକୁମାର କେସରେ ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଟ୍ରିବୁନାଲ୍ ଆଦେଶ ବିରୋଧରେ ପ୍ରଥମେ ହାଇକୋର୍ଟ ଯିବାକୁ ହେବ। ଫଳରେ ଟ୍ରିନୁନାଲ ଆଦେଶ ବିରୋଧରେ କର୍ମଚାରୀମାନେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ଯାଉଥିବାରୁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି, ସମୟ ମଧ୍ୟ ଗଡୁଛି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ଉଭୟ ପ୍ଲାନ ଓ ନନପ୍ଲାନରେ ୨୦୧୫-୧୬ରେ ୯ କୋଟି ଓ ୨୦୧୪-୧୫ରେ ୮ କୋଟି ୨୦ ଲକ୍ଷ ଟଙ୍କ। ଖର୍ଚ୍ଚ କରିଛନ୍ତି। ହାଇକୋର୍ଟରେ ଜଜଙ୍କ ସଂଖ୍ୟା ବଢ଼ିଲେ କର୍ମଚାରୀଙ୍କ କେସ୍ ସମାଧାନ ହୋଇ ପାରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ମଧ୍ୟପ୍ରଦେଶ ସରକାର ଟ୍ରିବୁନାଲ୍ ଉଚ୍ଛେଦ କରି ସାରିଛନ୍ତି । ଏପଟେ ଉଚ୍ଛେଦ ବିଜ୍ଞପ୍ତି ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିବେ।

ଅନ୍ୟପକ୍ଷେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି କଟକ ସ୍ୟାଟ୍ ବାର ଆସୋସିଏଶନ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭୁବନେଶ୍ୱର ସ୍ୟାଟ୍ ବାର୍ ଆସୋସିଏଶନ୍ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର ବାର୍ ଆସୋସିଏଶନ୍ ମଧ୍ୟ କାଲିଠୁ ଆନ୍ଦୋଳନକୁ ଓହ୍ଲାଇବ। ସ୍ୟାଟ୍ ଉଚ୍ଛେଦ ବିରୋଧରେ ହାଇକୋର୍ଟ ବାର୍ ଆସୋସିଏଶନ ଓ ଭୁବନେଶ୍ୱର ସ୍ୟାଟ୍ ବାର ଆସୋସିଏଶନ ସମେତ କଟକର ସମସ୍ତ ବାର୍ ଆସୋସିଏଶନର ଏକ ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଆନ୍ଦୋଳନକୁ ତୀବ୍ରତର କରିବାକୁ ନିଷ୍ପତି ନିଆଯାଇଥିଲା ।

Related story