ନୂଆଦିଲ୍ଲୀ: ବାତ୍ୟା ‘ଫୋନି’ ପାଇଁ ଘୁଞ୍ଚିଯାଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନୀଟ୍) ଆସନ୍ତା ମେ ୨୦ ତାରିଖରେ ହେବା ନିଶ୍ଚିତ ହୋଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) କର୍ତ୍ତୃପକ୍ଷ କେବଳ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ କରାଇଛନ୍ତି। ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ଗତ ୫ ତାରିଖରେ ସରିଯାଇଛି। ମେଡିକାଲ ଓ ଡେଣ୍ଟାଲ କଲେଜ୍ ପାଇଁ ପ୍ରବେଶିକା ତଥା ଏମ୍ବିବିଏସ୍ ବା ବିଡିଏସ୍ କୋର୍ସ ପାଇଁ ଉଦ୍ଦିଷ୍ଟ ଏହି ପରୀକ୍ଷା ପୂର୍ବରୁ ଏକ ରବିବାରରେ ପଡ଼ିଥିଲା।
ପରୀକ୍ଷାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡକୁ ଡାଉନ୍ଲୋଡ୍ କରି ପ୍ରିଣ୍ଟ କରିବାକୁ ହେବ। ବୈଧ ଆଡମିଟ୍ କାର୍ଡ ବିନା କାହାରିକୁ ପରୀକ୍ଷାଗୃହ ମଧ୍ୟକୁ ଛଡ଼ାଯିବନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବାମାତ୍ରେ ହିଁ ଏକ ଇମେଲ୍ ଜରିଆରେ ତାଙ୍କୁ ଏହାର ସଫ୍ଟ କପି ପଠାଯିବାର ବ୍ୟବସ୍ଥା କରାଯିବ।
ଏଥିପାଇଁ ପ୍ରଥମେ ଅଫିସିଆଲ ୱେବ୍ସାଇଟ୍ ntaneet.nic.in ଖୋଲିବାକୁ ହେବ। ଏହାପରେ ‘ଡାଉନ୍ଲୋଡ୍ ଆଡମିଟ୍ କାର୍ଡ’ ବ୍ଲିଙ୍କ କରୁଥିବା ସ୍ଥାନରେ କ୍ଲିକ୍ କରିବାକୁ ହେବ। ତା'ପରେ ଆପଣ ଆଉ ଏକ ୱିଣ୍ଡୋ ଖୋଲିଯାଇଥିବା ଦେଖିବାକୁ ପାଇବେ। ଏଥର ନିଜର ରେଜିଷ୍ଟ୍ରେସନ୍ ନମ୍ବର ଦେଇ ଲଗ୍ଇନ୍ କରିବା ସହ ଆଡମିଟ୍ କାର୍ଡ ଦେଖିବାକୁ ପାଇବେ। ଅତିକମ୍ରେ ୨ଟି ପ୍ରିଣ୍ଟ ଆଉଟ୍ କରିନେବା ଭଲ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।