ସମୟ ଗଡ଼ି ଚାଲିଛି, ବ୍ରିଜ୍ ନିର୍ମାଣ କାମ ସରିପାରୁନି

ନାରାୟଣପାଟଣା (ଗୋବିନ୍ଦ ରାଜୁ ସୁବୁଦ୍ଧି): ରାଜ୍ୟରେ ଅନେକ ଗାଁ ଅଛି ଯେଉଁଠାକୁ ଗମନାଗମନର ସୁବିଧା ନାହିଁ। ଏମିତି ଦୁଇଟି ଗାଁ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ୍ ଅନ୍ତର୍ଗତ ବୋରିଗୀ ପଞ୍ଚାୟତର କିଲିମିସି ଓ ସାନ୍ଦିୱାଲସା। ଏହି ଦୁଇଟି ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ପୁଣି ଏହି ଦୁଇ ଗାଁ ଯିବାକୁ ହେଲେ ଏକ ନାଳ ପାର ହେବାକୁ ପଡ଼େ। ହେଲେ ଏହି ନାଳ ଉପରେ ପୋଲଟିଏ ନାହିଁ। ପ୍ରଥମେ ଏହି ନାଳ ଉପରେ […]

Bridge

Bridge

Jitendra Garnayak
  • Published: Sunday, 02 October 2022
  • Updated: 02 October 2022, 11:39 AM IST

Sports

Latest News

ନାରାୟଣପାଟଣା (ଗୋବିନ୍ଦ ରାଜୁ ସୁବୁଦ୍ଧି): ରାଜ୍ୟରେ ଅନେକ ଗାଁ ଅଛି ଯେଉଁଠାକୁ ଗମନାଗମନର ସୁବିଧା ନାହିଁ। ଏମିତି ଦୁଇଟି ଗାଁ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକ୍ ଅନ୍ତର୍ଗତ ବୋରିଗୀ ପଞ୍ଚାୟତର କିଲିମିସି ଓ ସାନ୍ଦିୱାଲସା।

ଏହି ଦୁଇଟି ଗାଁକୁ ଯିବା ପାଇଁ ଭଲ ରାସ୍ତା ନାହିଁ। ପୁଣି ଏହି ଦୁଇ ଗାଁ ଯିବାକୁ ହେଲେ ଏକ ନାଳ ପାର ହେବାକୁ ପଡ଼େ। ହେଲେ ଏହି ନାଳ ଉପରେ ପୋଲଟିଏ ନାହିଁ। ପ୍ରଥମେ ଏହି ନାଳ ଉପରେ ଏକ କଳଭର୍ଟ ଥିଲା। ତେବେ ତାହା ହୁଡୁହୁଡୁ ବାତ୍ୟା ସମୟରେ ଭାସି ଯାଇଥିଲା।

ଏହା ପରେ ଗତ ୨୦୨୦ ମସିହାରେ ସରକାର ଏହି ନାଳ ଉପରେ ଏକ ଉଚ୍ଚ ବ୍ରିଜ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ପ୍ରାୟ ୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ୨୦୨୦ ନଭେମ୍ବର ୩ ତାରିଖରୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଏହାକୁ ୨୦୨୨ ଫେବ୍ରୁଆରୀ ୨ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ସେହି ସମୟରେ ଏହା ଶେଷ ହୋଇପାରିଲାନାହିଁ। ଏହା ମଧ୍ୟରେ ଆଉ ୮ ମାସ ବିତି ଯାଇଥିଲେ ସୁଦ୍ଧା ବ୍ରିଜ୍ କାମ ସରି ପାରିଲା ନାହିଁ।

ବିଭାଗୀୟ ଯନ୍ତ୍ରୀ କହିଛନ୍ତି, ବ୍ରିଜ୍‌ର ଡିଜାଇନ୍ ଆପ୍ରୁଭାଲରେ ବିଳମ୍ବ ହେବାରୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହୋଇପାରିଲା ନାହିଁ। ଏବେ ବର୍ଷା ସରିଯିବା ପରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇବ।

ଅନ୍ୟପକ୍ଷରେ ବ୍ରିଜ୍‌ କାମରେ ବିଳମ୍ବ ହେଉଥିବାରୁ ଲୋକେ ପୂର୍ବବତ୍ ଯା’ଆସ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରୋଗୀ ଓ ଗର୍ଭବତୀଙ୍କୁ ହସ୍‌ପିଟାଲ ନେବା-ଆଣିବା କରିବାରେ ଅସୁବିଧା ହେଉଛି। ଗାଡ଼ି ଯିବାଆସିବା କରିପାରୁ ନାହିଁ। ବର୍ଷା ହେଲେ ନାଳରେ ଅଧିକ ପାଣି ଆସିଗଲେ ଗାଁ ଦୁଇଟି ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଉଛି।

ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ ବର୍ଷା ସରିବା ପରେ ଦ୍ରୁତ ଗତିରେ କାମ ହେବ। ତେବେ ଦେଖାଯାଉ ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହେଉଛି ନା, ଆଉ କେତେ ବର୍ଷ ଏହି ଦୁଇ ଗାଁର ଲୋକଙ୍କୁ ବ୍ରିଜ୍ ପାଇଁ ଅପେକ୍ଷା କରିବାକୁ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story