ମୋ ଧନକୁ ଫେରି ପାଇଲି...

ଭଦ୍ରକ (ପାର୍ଥସାରଥୀ ନାୟକ): ‘ପରୀକ୍ଷା ଦେବାକୁ ଯାଇ କୁଆଡେ ଯାଇଥିଲା ମୋ ଧନ। ୭ ଦିନ ପରେ ଆଜି ତାକୁ ଫେରି ପାଇଲି।’ ହଜିଲା ସ୍ତ୍ରୀଙ୍କୁ ଫେରି ପାଇବା ପରେ ଏମିତି ଭାବବିହୋଳ ହୋଇପଡ଼ିଥିଲେ ସ୍ୱାମୀ। ଆଉ ସ୍ତ୍ରୀଙ୍କୁ ପାଇବା ପରେ କୁଣ୍ଢାଇ କାନ୍ଦି ଥିଲେ। ପୂରା ଘଟଣା ଏମିତି। ଧୁଷୁରୀ ଥାନା ବଜାରରେ ରାହୁଲ ଗୋଚ୍ଛାୟତଙ୍କ ଘର। ତାଙ୍କ ଘର ଦେଇ ବ୍ରାହ୍ମଣୀପାଳ ଡକା ସାହିର ହରପ୍ରିୟା ପଣ୍ଡା ପ୍ରତିଦିନ କଲେଜ ଯାଆନ୍ତି। ଏହି ଯିବା […]

Bhadrak

Bhadrak

Manoranjan Sial
  • Published: Monday, 06 June 2022
  • Updated: 06 June 2022, 08:24 PM IST

Sports

Latest News

ଭଦ୍ରକ (ପାର୍ଥସାରଥୀ ନାୟକ): ‘ପରୀକ୍ଷା ଦେବାକୁ ଯାଇ କୁଆଡେ ଯାଇଥିଲା ମୋ ଧନ। ୭ ଦିନ ପରେ ଆଜି ତାକୁ ଫେରି ପାଇଲି।’ ହଜିଲା ସ୍ତ୍ରୀଙ୍କୁ ଫେରି ପାଇବା ପରେ ଏମିତି ଭାବବିହୋଳ ହୋଇପଡ଼ିଥିଲେ ସ୍ୱାମୀ। ଆଉ ସ୍ତ୍ରୀଙ୍କୁ ପାଇବା ପରେ କୁଣ୍ଢାଇ କାନ୍ଦି ଥିଲେ।

ପୂରା ଘଟଣା ଏମିତି। ଧୁଷୁରୀ ଥାନା ବଜାରରେ ରାହୁଲ ଗୋଚ୍ଛାୟତଙ୍କ ଘର। ତାଙ୍କ ଘର ଦେଇ ବ୍ରାହ୍ମଣୀପାଳ ଡକା ସାହିର ହରପ୍ରିୟା ପଣ୍ଡା ପ୍ରତିଦିନ କଲେଜ ଯାଆନ୍ତି। ଏହି ଯିବା ଆସିବା ଭିତରେ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଆଉ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ୬ ମାସ ତଳେ ଉଭୟ ଘରୁ ପୁରୀ ପଳାଇ ଯାଇଥିଲେ। ସେଠାରେ ବିବାହ କରିଥିଲେ।

ବିବାହ ପରେ ରାହୁଲ ଓ ହରପ୍ରିୟା ଘରକୁ ଫେରିଥିଲେ। ପରିବାର ଲୋକଙ୍କ ସହ ଘରେ ରହୁଥିଲେ। ହରପ୍ରିୟା +୩ ଦ୍ୱିତୀୟ ବର୍ଷରେ ପଢ଼ୁଥିବାରୁ କଲେଜ ମଧ୍ୟ ଯାଉଥିଲେ। ସାବିତ୍ରୀ ପର ଦିନ ଅର୍ଥାତ ଜୁନ୍‌ ୩ ତାରିଖରେ ହରପ୍ରିୟା ଭଦ୍ରକ ଆଖଣ୍ଡଳମଣି କଲେଜକୁ ପରୀକ୍ଷା ଦେବାକୁ ଯାଇଥିଲେ। ତେବେ ପରୀକ୍ଷା ସରିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ଏକ କାରରେ ବସି କୁଆଡେ ଚାଲି ଯାଇଥିଲେ।

https://youtu.be/jA2cDSMmLPw

ନିଜ ଆଖି ଆଗରେ ପ୍ରେମିକାରୁ ପତ୍ନୀ ସାଜିଥିବା ହରପ୍ରିୟା ଗାଏବ ହେବାକୁ ନେଇ ଭାବପ୍ରବଣ ହୋଇଥିଲେ ରାହୁଲ। ଏହାକୁ ନେଇ ନିଜର ମାନସିକ ଭାରସାମ୍ୟ ହରାଇ ପଡ଼ିଥିଲେ। ପାଗଳ ପ୍ରେମିକଟିଏ ପରି ପତ୍ନୀଙ୍କୁ ଚାରିଆଡେ ଖୋଜିଥିଲେ। ହେଲେ ପତ୍ନୀଙ୍କୁ ପାଇନଥିଲେ। ରବିବାର ରାତିରେ ହଠାତ୍‌ ରାହୁଲ୍‌ଙ୍କ ମୋବାଇଲ ଫୋନ୍‌ ରିଙ୍ଗ କଲା। ଫୋନ୍‌ କରିଥିଲେ ତାଙ୍କ ପତ୍ନୀ ହରପ୍ରିୟା। ରାହୁଲ ଫୋନ୍ ରିସିଭ୍‌ କରିବା ପରେ ଭାବପ୍ରଣ ହୋଇ ପଡ଼ିଥିଲେ ହରପ୍ରିୟା ଓ ତାଙ୍କୁ ନେଇଯିବାକୁ କହିଥିଲେ। ପରିବାର ଲୋକ, ମାମୁ ଓ ମାଇଁ ତାଙ୍କୁ ବାଲେଶ୍ୱର-ଭଦ୍ରକ ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିର ନେବାକୁ ଯୋଜନା କରୁଥିବା କହିଥିଲେ। କେହି ନଥିବାର ସୁଯୋଗ ନେଇ ହରପ୍ରିୟା ଜଣେ ସମ୍ପର୍କୀୟଙ୍କ ଫୋନ୍‌ରୁ କଲ୍ କରିଥିଲେ।

ପତ୍ନୀଙ୍କଠାରୁ ଏକଥା ଶୁଣିବା ପରେ ସ୍ୱାମୀ ରାହୁଲ୍‌ ନିଜ ସମ୍ପର୍କୀୟଙ୍କୁ ଧରି ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ। ମନ୍ଦିର ନିକଟରେ ରାହୁଲଙ୍କୁ ଦେଖି ମାମୁ ଓ ମାଇଁଙ୍କ ହାତ ଛାଡ଼ି ଧାଇଁ ଆସିଥିଲେ ହରପ୍ରିୟା। ଆଉ ସ୍ୱାମୀଙ୍କୁ କୁଣ୍ଢାଇ ପକାଇ କାନ୍ଦି ପକାଇଥିଲେ। ପରେ ରାହୁଲ୍‌ ଜାଣିବାକୁ ପାଇଲେ ତାଙ୍କ ପତ୍ନୀ ଅପହରଣ ହୋଇଥିଲେ। ହେଲେ କିଏ ଅପହରଣ କରିଥିଲେ ତାହା ହରପ୍ରିୟା ଜାଣିନାହାନ୍ତି ବୋଲି କହୁଛନ୍ତି।

https://www.youtube.com/watch?v=xwg2HriCXzI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story