ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଦଳୀୟ ଟିକେଟ ନ ମିଳିବା ପରେ ବିଜେଡିରୁ ଜଣକ ପରେ ଜଣେ ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ୁଛନ୍ତି। ଏଯାଏଁ ୩ ଜଣ ସିଟିଂ ଏମପି ଓ ୩ ଜଣ ସିଟିଂ ଏମଏଲଏ ଦଳ ଛାଡ଼ିଲେଣି।
ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡି ଛାଡିଛନ୍ତି।