ଟୋଲଗେଟ୍ କର୍ମଚାରୀଙ୍କୁ ଗୁଳି କରି ୬୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଥାନା ସାମ୍ନାରେ ଶେରଗଡ଼ ଟୋଲଗେଟ୍‌ ସୁପରଭାଇଜର ପ୍ରଦୀପ ଯାଦବଙ୍କୁ ଗୁଳିକରି ୬୦ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ। ଗୁଳିମାଡ଼ରେ ପ୍ରଦୀପ ଯାଦବ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପ୍ରଦୀପଙ୍କ ସମେତ ୪ ଜଣ ଟୋଲଗେଟ୍ କର୍ମଚାରୀ ଏକ କାରରେ ଟଙ୍କା ନେଇ ବାଲେଶ୍ୱର ସ୍ଥିତ ବ୍ୟାଙ୍କକୁ ଯାଉଥିଲେ। ତେବେ ୫ ନମ୍ବର ଜାତୀୟ ରାଜପଥରୁ ସର୍ଭିସ୍ ରୋଡ଼କୁ ଆସିବା ସମୟରେ ୪ ଦୁର୍ବୃତ୍ତ […]

Rakesh Mallick
  • Published: Monday, 25 September 2017
  • Updated: 25 September 2017, 01:35 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଥାନା ସାମ୍ନାରେ ଶେରଗଡ଼ ଟୋଲଗେଟ୍‌ ସୁପରଭାଇଜର ପ୍ରଦୀପ ଯାଦବଙ୍କୁ ଗୁଳିକରି ୬୦ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ୍ତ। ଗୁଳିମାଡ଼ରେ ପ୍ରଦୀପ ଯାଦବ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାଲେଶ୍ୱର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ପ୍ରଦୀପଙ୍କ ସମେତ ୪ ଜଣ ଟୋଲଗେଟ୍ କର୍ମଚାରୀ ଏକ କାରରେ ଟଙ୍କା ନେଇ ବାଲେଶ୍ୱର ସ୍ଥିତ ବ୍ୟାଙ୍କକୁ ଯାଉଥିଲେ। ତେବେ ୫ ନମ୍ବର ଜାତୀୟ ରାଜପଥରୁ ସର୍ଭିସ୍ ରୋଡ଼କୁ ଆସିବା ସମୟରେ ୪ ଦୁର୍ବୃତ୍ତ କାରକୁ ଅଟକାଇଥିଲେ। ଚାଳକ କାର ନଅଟକାଇବାରୁ କାର୍ ଉପରକୁ ୨ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ଏହାପରେ କାର୍ ଅଟକିବାରୁ କାରରେ ଥିବା ୬୦ ଲକ୍ଷ ଟଙ୍କାକୁ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ପୋଲିସ ସୂଚନାପାଇ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାଞ୍ଚ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos