ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ନବୀନ ଓ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପୁରୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କହିଛନ୍ତି ସିଏ ନିଜେ ‘ଏ’ ଟିମ୍, ବିଜେଡି ‘ବି’ ଟିମ୍। ଆମକୁ କ’ଣ କହୁଛନ୍ତି। ଗତ ସାଢ଼େ ୪ ବର୍ଷରେ କେଉଁ ପ୍ରସଙ୍ଗରେ ବିଜେଡି ବିଜେପିକୁ ବିରୋଧ କରିଛି କି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ଜିଏସ୍ଟି, ରାଫେଲ, […]

g-99

g-99

Tapas Behera
  • Published: Sunday, 03 February 2019
  • Updated: 03 February 2019, 09:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଅମିତ୍‌ ଶାହଙ୍କୁ କାଉଣ୍ଟର ଆଟାକ୍‌ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପୁରୀଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କହିଛନ୍ତି ସିଏ ନିଜେ ‘ଏ’ ଟିମ୍, ବିଜେଡି ‘ବି’ ଟିମ୍। ଆମକୁ କ’ଣ କହୁଛନ୍ତି। ଗତ ସାଢ଼େ ୪ ବର୍ଷରେ କେଉଁ ପ୍ରସଙ୍ଗରେ ବିଜେଡି ବିଜେପିକୁ ବିରୋଧ କରିଛି କି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ଜିଏସ୍ଟି, ରାଫେଲ, ବିମୁଦ୍ରାକରଣ ପ୍ରସଙ୍ଗରେ ବିଜେଡି ବିରୋଧ କରିନି। ତେଣୁ ସେମାନେ ଭାଇ ହେଲେନି, ଆମେ କିଭଳି ଭାଇ ହୋଇଗଲୁ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

ନିର୍ବାଚନ ପାଖେଇ ଆସିଥିବାରୁ ହତାଶ ହୋଇ ସେ ଏଭଳି କହୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ସୂଚନା ଅନୁଯାୟୀ, ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ତାଳବଣିଆରେ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ରାଜ୍ୟସରକାରଙ୍କୁ ଆକ୍ରମଣ କରିଥିବା ବେଳେ ବିଜେଡିକୁ କଂଗ୍ରେସର ବି ଟିମ୍  ବୋଲି କହିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଆମେ ସମଦୂରତାରେ ଅଛୁ ଏବଂ ଆମେ ଆମର ‘ଏ’ ଟିମ୍ ବୋଲି ନବୀନ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos